August 24, 2026

ଭାରିଯାନ ଚଳାଚଳ ଯୋଗୁଁ ପଞ୍ଚାଗଳିରେ ଉପୁଜୁଛି ଯାତାୟତ ସମସ୍ଯା , ପ୍ରତିକାର ଦାବି 

IMG-20260823-WA0050
Share

ବୁଗୁଡ଼ା : ତା ୨୩/୦୮/୨୬ : ବୁଗୁଡ଼ା ସହର ମୁଖ୍ୟ ସଡକ ସହ ସଂଯୁକ୍ତ ପଞ୍ଚାଗଳିର ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ଲୋକଙ୍କ ଯାତାୟତରେ ନାହିଁ ନଥିବା ସମସ୍ଯା ସୃଷ୍ଟି ହେଉଛି । ବୁଗୁଡା ଏନ୍ଏସିର ଓ୍ବାର୍ଡ ନଂ ୨ ଓ ୩ ଅନ୍ତର୍ଗତ ଅରବିନ୍ଦ ନଗରର ପ୍ରବେଶ ପଥ ଭାବେ ବିବେଚିତ ଏହି ପଞ୍ଚାଗଳିରେ ଭାରିଯାନ ଚଳାଚଳ କାରଣରୁ ଲୋକଙ୍କ ଯାତାୟତ ପାଇଁ ସୁରକ୍ଷିତ ନୁହେଁ।

ସେହି ଗଳିର ସଂକୀର୍ଣ୍ଣତମ ତଥା ବିପଦଜ୍ଜନକ ସ୍ଥାନରେ ଅଧିକାଂଶ ସମୟରେ ମାଳମାଳ ପରିବା ବୋଝେଇ ଭାରିଯାନ ସତର୍କତାରର ସହ ଚଳାଚଳ ବେଳେ ଭାରିଯାନର ଆଗ ଓ ପଛ ଉଭୟ ପାର୍ଶ୍ବରେ ଅନେକ ଯାନବାହାନ ଦୀର୍ଘ ସମୟ ଧରି ଅଟକି ରହୁଛି।ବୁଗୁଡା ଏନ୍ଏସିର ବହୁ ପୁରାତନ ଜନବସତି ଅରବିନ୍ଦ ନଗରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ପଞାବ ନ୍ଯାସନାଲ ବ୍ଯାଙ୍କ ଏବଂ ଅନେକ କୋଚିଂ ସେଣ୍ଟର ସାଙ୍ଗକୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିବାରୁ ସେହି ରାସ୍ତା ଦେଇ ଦୈନିକ ବହୁ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ ଲୋକ ଯାତାୟତ କରିଥାନ୍ତି। ଯେକୌଣସି ଜନବସତି ସାହି ମଧ୍ଯସ୍ଥ ସଂକୀର୍ଣ୍ଣ ରାସ୍ତାରେ ଭାରିଯାନ ଚଳାଚଳ ନିଷିଦ୍ଧ ସତ୍ତ୍ୱେ ପଞ୍ଚାଗଳିରେ ଏହାର କିପରି ବ୍ଯତିକ୍ରମ ଘଟୁଛି ଏବଂ ଏ କ୍ଷେତ୍ରରେ ଏନ୍ଏସି ପ୍ରଶାସନ କାହିଁକି ଧୃତରାଷ୍ଟ୍ରର ଭୂମିକା ନିର୍ବାହ କରୁଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ,ଲୋକଙ୍କ ହିତ ସକାଶେ ଏନ୍ଏସି କର୍ତ୍ତୃପକ୍ଷ ଉକ୍ତ ପଞ୍ଚାଗଳି ରାସ୍ତାରେ ଯେପରି କୌଣସି ଭାରିଯାନ ଯେପରି ଚଳାଚଳ ନହୋଇପାରିବା ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି।