ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି
ରାୟଗଡା ଜିଲ୍ଲାପ୍ରଶାସନ ତରଫରୁ କାଶୀପୁର ପଂଚାୟତ ସମିତି ଠାରେ ରାୟଗଡା ଜିଲ୍ଲା ପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷ୍ୟ ଅଧ୍ୟକ୍ଷ ଶ୍ରୀ ରାଜ ପ୍ରସାଦ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଉପଜିଲ୍ଲାପାଳ ରମେଶ କୁମାର ଜେନା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ରଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ କାଶୀପୁର ପଂଚାୟତ ସମିତି ଅଧକ୍ଷ ଶ୍ରୀ କଣ୍ଠ ମାଝୀ ଓ ଜିଲ୍ଲାର ସମସ୍ତ ସରକାରୀ ଅଫିସର ଯଥା କୃଷି ଅଧିକାରୀ ଜଳ ଛାୟା ପ୍ରକଳ୍ପ ଜିଲ୍ଲା ପଞ୍ଚାୟତ ଅଧିକାରୀ ପାନୀୟ ଜଳ ବିଭାଗ ଶ୍ରମ ବିଭାଗ ବନ ବିଭାଗ ତରଫରୁ A C F O କାଶୀପୁର ରେଞ୍ଜର ସଚିଦl ନନ୍ଦ ପରିଡା ତହସିଲଦାର ଅନୁପମ ଆଚାର୍ଯ୍ୟ ବିଡିଓ କାଶୀପୁର ପ୍ରମୁଖ ଉପସ୍ଥିତ ଥିଲେ
ଆଜି ମୋଟ ୧୩୧ଟି ଅଭିଯୋଗ ଆସିଥିଲା ସେଥିମଧ୍ୟରୁ ୧୦୭ଟି ବ୍ୟକ୍ତି ଗତ ଅଭିଯୋଗ ଥିଲା ବେଳେ ୨୪ଟି ଗ୍ରାମବାସୀମାନଙ୍କର ସାମୁହିକ ଅଭିଯୋଗ ଥିଲା ଛ ଜଣ ନୂତନ ପେନସନ ହିତାଧିକାରୀଙ୍କୁ ପେନସନ ବଣ୍ଟନ କରାଯାଇଥିଲା ଏବଂ ଦୁଇଜଣଙ୍କୁ ହୁଇଲଚେର ପ୍ରଦାନ କରାଯାଇଥିଲା ଏହି ଅଭିଯୋଗ ଶୁଣାଣି ରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକ ପାଇଲା ପରେ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ କିନ୍ତୁ କାଶୀପୁର ଠାରେ ଏହାର ସମ୍ପୂର୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି କାରଣ ବହୁ ଦୂର ଦୁରାନ୍ତ ରୁ ଜିଲ୍ଲାପାଳ ଙ୍କୁ ଭେଟିବାର ଆଶା ନେଇ ଆସି ଥିବା ହିତାଧିକାରୀ ମାନେ ନିରାଶ ହୋଇ ଜିଲ୍ଲାପାଳ ଙ୍କୁ ଦେଖା ନ କରି ଅସନ୍ତୋଷ ପ୍ରକାଶ କରିଥିଲେ କିନ୍ତୁ ଗଣମାଧ୍ୟମ ପ୍ରତିନିଧି ଙ୍କ ସାମ୍ନାରେ ପ୍ରଶାସନ ବିରୋଧ ରେ କହିବାକୁ ସାହସ କରିନଥିଲେ ଦିନ ଏକ ଘଣ୍ଟା ସମୟରେ ଅଭିଯୋଗ ପଞ୍ଜିକରଣ ବନ୍ଦ ହୋଇଯିବାରୁ ଅନେକ ଆଶାଇ ଫେରି ଯାଇଥଲେ ଲକୋଙ୍କ କହିବାର ଥିଲା ଯେ ଯଦି ଜିଲ୍ଲାପାଳ ନିଜେ ଆସି ଅଭିଯୋଗ ଶୁଣାଣି ରେ ଆସି କେବଳ ଦୁଇ ରୁ ତିନି ଘଣ୍ଟା ହିଁ ଉପସ୍ଥିତ ରହି ଫେରି ଯାଉଛନ୍ତି ଆଉ ଅଧିକ ଦୁଇ ଘଣ୍ଟା ରହି ସମସ୍ତ ଅଭିଯୋଗ ଶୁଣି ଥିଲେ ଭଲ ହୋଇ ଥାନ୍ତା ବୋଲି ପ୍ରକାଶ କରିବା ସହ ଅନେକ ଯୁଗ୍ମ ଅଭିଯୋଗ ଶୁଣାଣି କୁ ଏକ ପ୍ରହସନ ବୋଲି କହିବା ସହ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଫଳ ପ୍ରଦ ହେଉନଥିବା ପ୍ରକାଶ କରିଥିଲେ
ରାୟଗଡା ରୁ ରବି ରାଜ ବୈଦ୍ୟଙ୍କ ରିପୋର୍ଟ
