ଜୟପୁର, ଅଗଷ୍ଟ ୧୬: ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ୨୨ କୋଟି ଟଙ୍କା ବ୍ୟୟରେ ନବନିର୍ମିତ
ଜୟପୁର, ଅଗଷ୍ଟ ୧୬: ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ୨୨ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଗୁରୁତର ରୋଗୀ ଚିକିତ୍ସା କେନ୍ଦ୍ରର ଶୁଭ ଉଦ୍ଘାଟନ କରିଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ। ପରିଦର୍ଶନ ସମୟରେ ମନ୍ତ୍ରୀ ବିଭିନ୍ନ ୱାର୍ଡ ବୁଲି ଚିକିତ୍ସାଧୀନ ରୋଗୀଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସାସେବା ସମ୍ପର୍କରେ ପଚାରି ବୁଝିଥିଲେ। ସାଧାରଣ ଲୋକଙ୍କୁ ସହଜରେ, ସୁଚାରୁ ଭାବେ ଉନ୍ନତମାନର ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍ପିଟାଲରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସ୍ୱାସ୍ଥ୍ୟସେବା, ହସ୍ପିଟାଲର ଭିତ୍ତିଭୂମି ଓ ରୋଗୀସେବାକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ହସ୍ପିଟାଲରେ ଉପଲବ୍ଧ ସ୍ୱାସ୍ଥ୍ୟସେବା, ଆବଶ୍ୟକ ସୁବିଧା, ଚିକିତ୍ସା ବ୍ୟବସ୍ଥା, ରୋଗୀଙ୍କୁ ମିଳୁଥିବା ସେବା ଓ ଭିତ୍ତିଭୂମିର ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାରକୁ ଆହୁରି ହ୍ରାସ କରିବା ସହ ରୋଗୀମାନଙ୍କୁ ସମୟୋଚିତ ଓ ଗୁଣାତ୍ମକ ଚିକିତ୍ସା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଉତ୍ତମ ରୋଗୀସେବାକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ହସ୍ପିଟାଲକୁ ଆସୁଥିବା ପ୍ରତ୍ୟେକ ରୋଗୀ ଯେପରି ଆବଶ୍ୟକ ସମୟରେ ଉଚିତ ଚିକିତ୍ସା ପାଇପାରିବେ, ସେଥିପାଇଁ ସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ହସ୍ପିଟାଲର ଭିତ୍ତିଭୂମି ବିକାଶ, ଆବଶ୍ୟକ ସୁବିଧା ବୃଦ୍ଧି, ଚିକିତ୍ସାସେବାର ଗୁଣବତ୍ତା ବଢ଼ାଇବା ଏବଂ ରୋଗୀଙ୍କ ପାଇଁ ଅଧିକ ସୁବିଧାଜନକ ପରିବେଶ ସୃଷ୍ଟି ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। (ଗୁପ୍ତେଶ୍ୱର �
