October 2, 2026

ସାରଳା ପବ୍ଲିକସ୍କୁଲ ରେ ପାଳିତହେଲା ସ୍ୱାଧୀନତା ଦିବସ

IMG-20260816-WA0010
Share

       ତିର୍ତ୍ତୋଲ ତା 15/8/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ବସନ୍ତ ବଗିଚାରେ 1987 ମସିହାରେ ପ୍ରତିଷ୍ଠା ହୋଇଥିବା ସାରଳାପବ୍ଲିକ ସ୍କୁଲ ପରିସରରେ ଅଶିତମ ସ୍ୱାଧୀନତା ଦିବସ ବଡ଼ ଧୁମଧାମ ରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଲକ୍ଷ୍ମୀଧର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରି କହିଲେ ଯେ ଏଇ ବିଦ୍ୟାଳୟରୁ ପାଠପଢି ଆଜି ବହୁଛାତ୍ରଛାତ୍ରୀ ଡାକ୍ତର, ଇଞ୍ଜିନିଅର, ଓ ପ୍ରଶାସନିକ ସ୍ତରରେ ଅବସ୍ଥାପିତ ହୋଇଛନ୍ତି l ତେଣୁ ପିଲାମାନେ କଠୋରପରିଶ୍ରମ ଓ ଅଧ୍ୟବସାୟ କରିବା ସହିତ ଦେଶସେବା ଓ ରାଷ୍ଟ୍ରର ବିକାଶ କ୍ଷେତ୍ରରେ ନିଜନିଜକୁ ନିୟୋଜିତ କରିବାର ଆବଶ୍ୟକତା ରହିଛି l ଏହି ଉପଲକ୍ଷେ ବିଭିନ୍ନପ୍ରତିଯୋଗିତା ରେ ଏଲ କେଜି ରୁ ଭି କ୍ଲାସ ପର୍ଯ୍ୟନ୍ତ କୃତିବିଦ୍ୟାର୍ଥୀ ରୁଦ୍ରାଣୀ ରାଉଳ, ପ୍ରଗତିକା ଦାସ, ଆଦିତ୍ୟ ପ୍ରଧାନ, ପ୍ରଦ୍ୟୁପ୍ତ ପରିଜା, ସାଇକୃପା ମହାନ୍ତି, ମହମଦ ୟାଫର, ପୂର୍ଣ୍ଣଲକ୍ଷ୍ମୀ ପଣ୍ଡା, ବିଶ୍ଵପ୍ରକାଶ ସିଂହ, ରିତେଶ ସ୍ୱାଇଁ, ସମ୍ଭାବନା ସ୍ୱାଇଁ, ଅମ୍ରିତା ମଲ୍ଲ ଓ ସ୍ନେହା ସେଠୀ ଙ୍କୁ ଶୀଲ କପ, ଟ୍ରଫି ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷl ଜ୍ୟୋତିର୍ମୟୀ ସାହୁ ଙ୍କ ସମେତ ଶିକ୍ଷୟିତ୍ରୀ କଳ୍ପନାରାଣୀ ଜେନା, ପ୍ରଣୀତl ମହାନ୍ତି, ସସ୍ମିତା ସାହୁ, ମନ୍ଦାକିନୀ ସିଂହ, ମୋନାଲିସା ରଣା, ସ୍ଥିତିପ୍ରଜ୍ଞା ରାଉଳ, ମିତାଲି ବେହେରା ଓ ଆତିଆ ସାକେରା ପରଞ୍ଜନ ଙ୍କ ସମସ୍ତ କର୍ମଚାରୀ ମାନେ ପରିଚାଳନା କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed