August 16, 2026

ରାୟଗଡା ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ୮୦ତମ ସ୍ୱାଧୀନତା ଦିବସ

IMG-20260816-WA0009
Share

ରାୟଗଡା ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ୮୦ତମ ସ୍ୱାଧୀନତା ଦିବସ ଧୂମଧାମରେ ପାଳିତ ହୋଇଯାଇଛି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ଜିଲ୍ଲା ସ୍ଥରୀୟ ସମାରହରେ ରାୟଗଡା ଜିଲାପାଳ ଶ୍ରୀ ଆସୁତଶ କୂଲକର୍ଣ୍ଣି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ଏହି ଅବସରରେ ରାୟଗଡା ଏସପି ଶ୍ରୀ ରାଜ ପ୍ରସାଦ,ସନ୍ନମାନିତ ଅତିଥିଭାବେ ଉପସ୍ଥିତ ଥିଲେ

ପତାକା ଉତ୍ତୋଳନ ପରେ ଜିଲ୍ଲପାଳ ପରେଡ ନିରୀକ୍ଷଣ କରିଥିଲେ ଏହି ଅବସରରେ C R P F ଓ ଓଡିଶା ପୋଲିସ ସମେତପ୍ରାୟ ୪୦ଟି ପ୍ଲାଟୁନ ଭବ୍ୟ ପରେଡ ରେ ଅଂଶ ଗ୍ରହଣ କରି ଦେଶପ୍ରେମ ଓ ଶୃଙ୍ଖଳାର ଚମତ୍କାର ପ୍ରଦର୍ଶନ କରିଥିଲେ ପରେଡର ସୁଚାରୁରୂପେ ପରିଚାଳନା ଓ ଶୃଙ୍ଖଳା ବଦ୍ଧ ଉପସ୍ଥାପନା ପାଇଁ ରିଜର୍ଭ ଇନ୍ସପେକ୍ଟର ରାୟଗଡା ଶ୍ରୀ ଦିନେଶ କୁମାର ସାହୁ ଙ୍କ ବିଶେଷ ଭାବେ ପ୍ରଶଂସନୀୟ ଥିଲା ସେହିପରି ରାୟଗଡା ଜିଲ୍ଲା ର କାଶୀପୁର ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଠାରେ ମଧ୍ୟ୍ୟ କାଶୀପୁର ପଂଚାୟତ ସମିତି ଅଧକ୍ଷ ଶ୍ରୀ କଣ୍ଠ ମାଝୀ ଜାତୀୟ ପତକା ଉତ୍ତୋଳନ କରିଥିବା ବେଳେ ସନ୍ନମାନ୍ୱିତ ଅତିଥିଭାବେ କାଶୀପୁର ତହସିଲଦାର ଶ୍ରୀ ଅନୁପମ ଆଚାର୍ଯ୍ୟ ଅତିରିକ୍ତ ତହସିଲଦାର k କାର୍ତ୍ତିକ ଦୋରା,କାଶୀପୁର ଥାନା iic ଧିରେନ ମହାନ୍ତି କାଶୀପୁର ବିଡ଼ିଓ ଶ୍ରୀ ଉମାଶଙ୍କର କୋୟା, କାଶୀପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଲୋଚନ ଖରା ଜିଲ୍ଲା ବିଜେପି ଉପସଭାପତି ଦୁଷ୍ମନ୍ତ ସିଂ ବିଇଓ କାଶୀପୁର ଏବିଓ ପବିତ୍ର ନାଏକ ବିଷମ୍ବର ନାଏକ ଦେବେନ୍ଦ୍ର ରାଓ ରାମସ୍ୱାମୀ ବୈଠାରୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚଳନା ଦାଇତ୍ୱରେ ଶିଶୁମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଓ ନୀଳ ମାଧବ ପାଢ଼ୀ ଥିଲେ ପ୍ରଥମେ ସମସ୍ତ ଅତିଥିଙ୍କୁ ଉପତକନ ସହ ସ୍ୱାଗତ କରାଯଇଥିଲା ପରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଫେନସି ଡ୍ରେସ ପ୍ରତି ଯୋଗିତା କରାଯାଇଥିଲା ପରେ ବିଭିନ୍ନ ସ୍କୁଲରେ ପ୍ରତି ଯୋଗିତା ରେ ଭାଗ ନେଇ ଉତୀର୍ଣ୍ଣ ହୋଇ ଥିବା ପାତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା ଶେଷରେ ସ୍କୁଲ ର ଶିକ୍ଷକ ଶ୍ରୀ ଜିତେନ୍ଦ୍ର ବୈଦ୍ୟ ସମସ୍ତ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ୍ୟ ମଞ୍ଚରେ ମଞ୍ଚାସିନ କରାଇ ସନ୍ନମାନ୍ୱିତ କରାଇ ସଭା ସମାପ୍ତ |ରାୟଗଡା ରୁ ରବି ରାଜ ବୈଦ୍ୟଙ୍କ ରିପୋର୍ଟ