ଆତ୍ମସମ୍ମାନ ସହ ବଞ୍ଚିବାର ଅଧିକାର ହିଁ ପ୍ରକୃତ ସ୍ବାଧୀନତା। – ସ୍ବାଧୀନତା ପରେ ଏସଟି ଏସସି ଓବିସି ବର୍ଗ ପାଇଛି କଣ ଶିର୍ଷକ ଆଲୋଚନା
ସମ୍ବଲପୁର,
ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଶନିବାର ସାମ୍ବାଦିକ ଭବନରେ ସ୍ବାଧୀନତା ପରେ ଏସଟି ଏସସି ଓବିସି ବର୍ଗ ପାଇଛି କଣ? ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ନିହାଳ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଡଭୋକେଟ ଡ଼. କିଶୋର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଆତ୍ମସମ୍ମାନ ସହ ବଞ୍ଚିବାର ଅଧିକାର ହିଁ ପ୍ରକୃତ ସ୍ବାଧୀନତା ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବ୍ୟଙ୍ଗ କବି ଗଦାଧର ନିଆଲ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଥିବା ବେଲେ ରୁପାଞ୍ଜଲି ରଣବିଡା, କଲ୍ପନା ନାଏକ ଅମିନ ମହାନନ୍ଦ, ଜମୁନା ସିକା, ରଜନୀ ମହାନନ୍ଦ, ହେମନ୍ତ ମହାନନ୍ଦ, ଝସକେତନ ଦିପ, ଯୋଗେନ୍ଦ୍ର ମଲ୍ଲିକ, ଭବାନୀଶ ଭୋଇ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ। ଆଲୋଚନା କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ କର୍ମସଂସ୍ଥାନ କ୍ଷେତ୍ରରେ ଏସଟି ଏସସି ଓବିସି ବର୍ଗ ଅବହେଳାର ଶିକାର ହୋଇ ରହିଥିବା ମତ ପ୍ରକାଶ ପାଇଥିଲା। ଏହାର ସମାଧାନ ପାଇଁ ସାମୁହିକ ପ୍ରୟାସ ଆବଶ୍ୟକ ବୋଲି ବକ୍ତା ମାନେ ମତ ଦେଇଥିଲେ। ଏହାସହ ଭିମରାଓ ଆମ୍ବେଦକର ସାମ୍ବିଧାନିକ ବ୍ୟବସ୍ଥାରେ ଅବହେଳିତ ବର୍ଗରୁ ସଂରକ୍ଷିତ ଆସନରୁ ୧୨୦ ସାଂସଦ ଏବଂ ଓଡ଼ିଶାରେ ୫୬ ଜଣ ବିଧାୟକ ନିର୍ବାଚନ ଜିତୁଥିବା ସତ୍ବେ ସାମ୍ବିଧାନିକ ଅଧିକାର ପହଞ୍ଚାଇବାରେ ଅକ୍ଷମ ରହିଥିବା ବକ୍ତା ମାନେ ମତ ଦେଇଥିଲେ। ଏହି ଅବସରରେ ଭାରତର ୮୦ ତମ ସ୍ବାଧିନତା ଦିବସ ସହ ବ୍ୟଙ୍ଗ କବି ଗଦାଧର ନିଆଲଙ୍କ ଜନ୍ମଦିନ ପାଳନ କରାଯାଇଥିଲା।
