August 17, 2026

ତ୍ରିରଙ୍ଗା ତଳେ ଦେଶପ୍ରେମର ଉତ୍ସବ, ସେଣ୍ଟ ଜାଭିୟର ରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

IMG-20260815-WA0089
Share

 

କୁଜଙ୍ଗ , ୧୫/୦୮

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବାନିଜ୍ୟ କେନ୍ଦ୍ର ରାହାମା,ତାଳପଡ଼ାସ୍ଥିତ ସେଣ୍ଟ ଜାଭିୟର ସି.ଡି.ସି ବିଦ୍ୟାଳୟ ପରିସରରେ ଦେଶର ୮୦ତମ ସ୍ୱାଧୀନତା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଶନିବାର ଦିନ ସକାଳ ୮ଟା ସମୟରେ ବିଦ୍ୟାଳୟର ପ୍ରତିଷ୍ଠାତା ସୁଶାନ୍ତ କୁମାର ସ୍ୱାଇଁ ଓ ସମାଜସେବୀ ଆଦିତ୍ୟ ପ୍ରସନ୍ନ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ବିଦ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ସମାରୋହର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ଅର୍ଚ୍ଚନା ସାହୁ ସଭା ପରିଚାଳନା କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ରାହାମା ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଣ୍ଡା ଯୋଗଦେଇଥିବା ବେଳେ, ବ୍ରହ୍ମ ଜଗନ୍ନାଥ ମିଶନର ପ୍ରତିଷ୍ଠାତା କ୍ୟାପଟେନ ସଞ୍ଜୀବ କୁମାର ମୁଦୁଲି, ସାମ୍ବାଦିକ ତଥା ମାନବାଧିକାର କର୍ମୀ ମନୋଜ କୁମାର ଜେନା ଓ ସମାଜ ସେବୀ ଆଦିତ୍ୟ ପ୍ରସନ୍ନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଅତିଥିମାନଙ୍କ ସହ ବହୁ ଅଭିଭାବକ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ସମାରୋହକୁ ସଫଳ କରିଥିଲେ । ଏହି ଅବସର ରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଦେଶାତ୍ମବୋଧକ ନୃତ୍ୟ ଓ ଏକକ ଅଭିନୟ ପ୍ରତିଯୋଗିତା ର ଆୟୋଜିତ ହୋଇଥିଲା । ଦେଶ ପ୍ରେମର ଭାବନାରେ ଭିଜିଥିବା ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ପୋଷାକ ପରିଧାନ କରି ବିଭିନ୍ନ ନୃତ୍ୟ ଓ ଅଭିନୟ ପରିବେଷଣ କରି ଉପସ୍ଥିତ ଅତିଥି ଓ ଅଭିଭାବକଙ୍କ ମନ ମୋହିଥିଲେ । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଭାର ମୁଖ୍ୟ ଅତିଥି ଅରୁଣ କୁମାର ପଣ୍ଡାଙ୍କ ପ୍ରେରଣାଦାୟକ ବକ୍ତବ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସେ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚସ୍ତରୀୟ ଶିକ୍ଷା, ଶୃଙ୍ଖଳା, ଦେଶପ୍ରେମ ଓ ଉତ୍ତମ ଚରିତ୍ର ଗଠନ ଉପରେ ମୂଲ୍ୟବାନ ଉପଦେଶ ଦେଇଥିଲେ। ଉଲ୍ଲେଖନୀୟ ଯେ, ସେଣ୍ଟ ଜାଭିୟର ସି.ଡି.ସି ବିଦ୍ୟାଳୟ ଚଳିତ ବର୍ଷ ୧୦ ବର୍ଷରେ ପଦାର୍ପଣ କରିଛି । ବିଦ୍ୟାଳୟର ଶିକ୍ଷା ଓ ସାମଗ୍ରିକ ଉନ୍ନତିରେ ଶିକ୍ଷୟିତ୍ରୀ ଅର୍ଚ୍ଚନା ସାହୁ, ଶ୍ରାବଣୀ ସମ୍ଭୂତା ସାହାଣୀ, ଲିପ୍ରିୟା ରାଉତ, କ୍ରିଷ୍ଣା କାବେରୀ ପ୍ରିୟଦର୍ଶିନୀ, ଉଷାରାଣୀ ନାୟକ, ମନ୍ଦାକିନୀ ମହାନ୍ତି, ଶୁଭସ୍ମିତା ସ୍ୱାଇଁ, ରୋଜାଲିନ ବେହେରା, ତଦାସା ରାଉତ, ସରିତା ପଶାୟତ, ସୁଭାଷିନୀ ଦାସ ଓ ମଧୁଛନ୍ଦା ନନ୍ଦଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେବା ପାଇଁ ପ୍ରସ୍ତୁତ କରିବା ସହ ସମାରୋହର ସଫଳତା ପାଇଁ ସମସ୍ତ ପ୍ରକାର ସହଯୋଗ କରିଥିଲେ । ବିଦ୍ୟାଳୟର ଶିକ୍ଷାଗତ ଉନ୍ନତି ସହ ଛାତ୍ର ଛାତ୍ରୀଙ୍କ ଜ୍ଞାନ ଆହରଣ ଓ ପ୍ରତିଭା ବିକାଶରେ ଏହି ଶିକ୍ଷୟିତ୍ରୀ ମାନଙ୍କ ଅବଦାନ ପ୍ରଶଂସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।