ମୋହନା ଠାରେ ବ୍ଲକ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ମୋହନା(ଜୁନେସ ଶବର)ଗଜପତି ଜିଲ୍ଲା ମୋହନା ବ୍ଲକ ସମେତ ତାର ଆଖ ପାଖ ଅଞ୍ଚଳ ରେ ଭାରତ ବର୍ଷ ର ୮୦ ତମ ସ୍ୱାଧୀନତା ଦିବସ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ
ମହାସମାରୋହରେ ପାଳିତ ହୋଇଯାଇଅଛି।ସକାଳ ଆଠ ଘଟିକା ସମୟରେ ମୋହନା ଜୌର୍ଣ୍ଣାଲିଷ୍ଟ ୟୁନିଅନ ତରଫରୁ ଅନୁଷ୍ଠିତ ପତାକା ଉତ୍ତୋଳନ ଉତ୍ସବରେ ସ୍ଥାନୀୟ ବନ ଅଧିକାରୀ ଲଷ୍ମୀ ପ୍ରସାଦ ବିଷୋୟୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ସମାଜରେ ରହୁଥିବା ନିଃସହାୟ ଲୋକଙ୍କ ନିମନ୍ତେ କାର୍ଯ୍ୟ କରିବା ନିମନ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଂଘ ରେ ସହ ସମ୍ପାଦକ ଜିତୁ ବେହେରା ପରିଚାଳନା କରିଥିଲେ। ସଂଘର ସଭାପତି ଗଣେଶ ବିଷୋୟୀ,ସୋନି ବେହେରା,ପିଣ୍ଟୁ ପ୍ରଧାନ, ମନ୍ମଥ ମିଶ୍ର, ଆଇନଜୀବୀ ସନ୍ତୋଷ ପାଢ଼ୀ, ମୋହନା ଅଞ୍ଚଳ ର ସ୍ୱୟଂ ସେବକ ସଂଘ ର ମୁଖ୍ୟ ପ୍ରମୁଖ ଉପସ୍ଥିତ ରହି ଆଡମ୍ବର ସହ ସ୍ୱାଧୀନତା ଦିବସ ପାଳନ କରିଥିଲେ। ଏହା ସହ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ମୋହନା ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ମିଳିତ ପ୍ୟାରେଡ ରେ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଏହି ବ୍ଲକ ସ୍ତରୀୟ ଉତ୍ସବରେ ମୋହନା ଠାରେ ଥିବା ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ୟାରେଡ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ମୁଖ୍ୟ ଅତିଥି ଙ୍କ ଅଭିଭାଷଣ ଶୁଣିଥିଲେ। ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଛାତ୍ରୀ ଛାତ୍ର ମାନଙ୍କୁ ଭଲ ପାଠ ପଢି ଅଞ୍ଚଳ ର ସୁନାମ ରଖିବା ନିମନ୍ତେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭୁ ଚରଣ ମଲ୍ଲିକ, ସିମାଞ୍ଚଳ କାର୍ଜି, ପ୍ରଫୁଲ୍ଲ ଲିମା, ରସାନନ୍ଦ ପାଣି, ପ୍ରଶାନ୍ତ ବୀର ଶରତ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିବା ବେଳେ ବିଡ଼ିଓ ରାଜୀବ ଦାସ,ଥାନା ଅଧିକାରୀ ଓମ ପ୍ରକାଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ବ୍ଲକ ଠାରେ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ,ଥାନା ଠାରେ
ଆଇଆଇସି ଓମ ନାରାୟଣ ପାତ୍ର,ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଶ୍ରୀମତୀ ସୁନିତା ମଲ୍ଲିକ,ତହସିଲ ଠାରେ
ତହସିଲଦାର ଶ୍ରୀ ପାଢ଼ୀ,ବନ ବିଭାଗ କାର୍ଯ୍ୟାଳୟ ଠାରେ ବନ ଅଧୁକାରୀ ଶ୍ରୀ ବିଷୋୟୀ,ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଶ୍ରୀ କର ପ୍ରମୁଖ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ।ଏହା ସହିତ ସମସ୍ତ ସରକାରୀ, ବେସରକାରୀ କାର୍ଯାଳୟ ମାନଙ୍କରେ ବିଭାଗୀୟ ମୁଖ୍ୟ ମାନେ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଥିଲା।
