ଆଜିର ଖବର..
୧-ଯୁବ ବର୍ଗ ଭବିଷ୍ୟତ ଭାରତର ନିର୍ମାତା,୮୦ତମ ସ୍ବାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି।
୨-OSSTET ପଞ୍ଜୀକରଣ ଅବଧି ୨୩ତାରିଖକୁ ବୃଦ୍ଧି କଲା ମାଧ୍ୟମିକ ଶିକ୍ଷା ପରିଷଦ।
୩-ମଧୁ ବାବୁ ପେନ୍ସନ୍ ଯୋଜନା: ପଡ଼ି ରହିଥିବା ଆବେଦନ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।
୪-ଭୁବନେଶ୍ୱର:ଡିଜିପି ଦାୟିତ୍ୱ ସମ୍ଭାଳିବେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।
୫-ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା, ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ସମ୍ମାନ।
୬-ଉଛୁଳୁଛି ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା: ୫ ଜିଲ୍ଲାରେ ବନ୍ୟାର ପ୍ରଳୟ, ଜଳବନ୍ଦୀରେ ଅଛନ୍ତି ହଜାର ହଜାର ଲୋକ।
୭-ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ବାହାରିଲେ ୪ଟି NDRF ଟିମ୍, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ହେବେ ନିୟୋଜିତ।
୮-ଡେରାବିଶ ବିଡ଼ିଓଙ୍କୁ ଦୁର୍ବ୍ୟବହାର, ଅଫିସ୍ ରେ ପଶି ବିଜେପି ନେତା ଓ ସମର୍ଥକଙ୍କ ଯୁକ୍ତିତର୍କ।
୯-ଏମ୍ଏମ୍ଡିଆର ସଂଶୋଧନ ବିଲ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କଲେ ଦାବି।
୧୦-ଦିଗପହଣ୍ଡି ଜେଲରେ ଚାଞ୍ଚଲ୍ୟ; କ୍ୱାଟର୍ସରୁ ୱାର୍ଡେନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।
୧୧-ଓଡ଼ିଶାରେ ଲାଗିବ ୧,୦୦୦ ନୂଆ BSNL ଟାୱାର; ମାର୍ଚ୍ଚ ୨୦୨୭ ସୁଦ୍ଧା ସରିବ ସବୁ କାମ।
୧୨-ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ।
୧୩-ସ୍ୱାଧୀନତା ଦିବସ ପାଇଁ ଲାଲକିଲାରେ ହାଇଆଲର୍ଟ, ଲାଗିଛି ୧୦୦୦ରୁ ଅଧିକ AI କ୍ୟାମେରା।
୧୪-କକ୍ରୋଚ୍ ବିବାଦରେ CJIଙ୍କ ଟିପ୍ପଣୀ: ସୋସିଆଲ ମିଡ଼ିଆରେ ଯୁବ ବର୍ଗଙ୍କୁ ଭ୍ରମିତ କରାଯାଉଛି।
୧୫-ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବେ ଇରାନ ରାଷ୍ଟ୍ରପତି ପେଜେଶକିୟାନ।
୧୬-ରାହୁଲଙ୍କ ବୈଦେଶିକ ନୀତି ମନ୍ତବ୍ୟରେ ରାଜନାଥ କ୍ଷୁବ୍ଧ, କହିଲେ “ଜଣେ ଗାନ୍ଧୀ ସାଙ୍ଗିଆ ବ୍ୟକ୍ତିଙ୍କ ଠାରୁ ଏମିତି ଭାଷା ଶୋଭା ପାଉନି”।
୧୭-ଆଉ ନିର୍ଭର କରିବନି ଭାରତ, ଦେଶରେ ତିଆରି ହେବ ଫାଇଟର ଜେଟ୍ ଇଞ୍ଜିନ: ଉତ୍ପାଦନ କରିବେ ରିଲାଏନ୍ସ ଓ ରୋଲ୍ସ ରୟସ୍।
୧୮-ମୁମ୍ବାଇ:ରିଲାଏନ୍ସ ଫାଉଣ୍ଡେସନ ମେଧାବୃତ୍ତି ପାଇଁ ଆବେଦନ ଆରମ୍ଭ,୫୧୦୦ ଛାତ୍ର ଛାତ୍ରୀ ଉପକୃତ ହେବେ।
୧୯-ଆମଷ୍ଟଲଭିନ: ଆଜିଠୁ ହକି ମହାକୁମ୍ଭ,ଓ୍ବେଲସ୍ କୁ ଭେଟିବ ଭାରତ।
୨୦-NALSAR ଛାତ୍ରଙ୍କ ମାମଲାରେ ବିସିଆଇ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ; ଛାତ୍ରଙ୍କ କ୍ୟାରିୟରରେ ବାଧା ଦେବା ଅନୁଚିତ।
୨୧-ଚନ୍ଦ୍ରର ଦକ୍ଷିଣ ମେରୁକୁ ଯିବ Jinnah-1; ଚୀନ୍ ସହାୟତାରେ ସଫଳତା ପାଇବାକୁ ସ୍ବପ୍ନ ଦେଖୁଛି ପାକିସ୍ତାନ।
୨୨-ଇରାନ ଯୁଦ୍ଧରେ ଆମେରିକା ହରାଇଲାଣି ୧.୩ ବିଲିୟନ୍ ଡଲାରର ‘ରିପର୍ ଡ୍ରୋନ୍’: ମୋଟ୍ କ୍ଷମତାର ୨୫ ପ୍ରତିଶତ ଧ୍ବଂସ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
୮୦ତମ ସ୍ବାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ।🙏
