୨୨ କେଜି ଗଞ୍ଜେଇ ଜବତ ଜଣେ ଗିରଫ
ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ ( ଉପାନ୍ତ ଖବର ) ଭଞ୍ଜନଗର ଥାନା ଅନ୍ତର୍ଗତ ଜି. ରମ୍ଭା ଗ୍ରାମ ନିକଟ ବେଢ଼ିଗୋବା ଆଶ୍ରୟସ୍ଥଳ ନିକଟରୁ ପୋଲିସ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ଏସ୍ .ଆଇ ଏଲ.ଡି ମହାନ୍ତି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଆଶ୍ରୟସ୍ଥଳ ନିକଟରେ ଜଣେ ବ୍ୟକ୍ତି ଦୁଇଟି ବ୍ୟାଗ ଧରି ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଦେଖିବାକୁ ପାଇଥିଲେ । ଏହା ପରେ ତାହା ନିକଟକୁ ଯାଇ ଯାଞ୍ଚ କରିବା ପରେ ବ୍ୟକ୍ତି ଜଣକ କେନ୍ଦୁଝର ଜିଲ୍ଲା ସୋସ ଥାନା ଅଞ୍ଚଳର ପ୍ରକାଶ କୁମର ରାଉତ ବୋଲି ଜଣାପଡିବା ସହିତ ସେ ଧରିଥିବା ବ୍ୟାଗରୁ ଗଞ୍ଜେଇ ମିଳିଥିଲା । ଓଜନ କରିବା ଦ୍ବାରା ସେଥିରେ ୨୨ କେଜି ୪୪୦ ଗ୍ରାମ ଗଞ୍ଜେଇ ଥିବା ଥାନା ଅଧିକାରୀ ଶ୍ରୀ ଜିବନାନନ୍ଦ ଜେନା ଏକ ପ୍ରେସ ବାର୍ତ୍ତା ରେ ସୂଚ଼ନା ଦେଇଛନ୍ତି । ଏହାପରେ କେସ୍ ନଂ ୭୯୫ ରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ଠାରୁ ଗଞ୍ଜେଇ ସହ ଏକ ମୋବାଇଲ ଓ ୧୫ ଶହ ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ଜେନା ସୁଚନା ଦେଇଛନ୍ତି ।
