August 14, 2026

ଉଦ୍ଧବ ପଧାନଙ୍କୁ ‘ ଯାଦୁ ରତ୍ନ’ ସମ୍ମାନ

IMG-20260813-WA0085
Share

 

ଉଲୁଣ୍ଡା ,

ଯାଦୁ କଳା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୋନପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡପାଲି ଗ୍ରାମର ଯୁବ ଯାଦୁଗର ତଥା ଅଧ୍ୟାପକ ଉଦ୍ଧବ ପଧାନ। ଯାଦୁ କଳାରେ ତାଙ୍କର ଅବଦାନ ଓ ନୂତନ ପିଢ଼ି ମଧ୍ୟରେ ଏହି କଳାର ପ୍ରଚାର-ପ୍ରସାର ପାଇଁ ତାଙ୍କୁ ସମ୍ମାନଜନକ ‘ତାଜ ଯାଦୁ ରତ୍ନ’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ମୁଖ୍ଯ ଅତିଥି ମାୟାବି ଦୁନିୟା ପତ୍ରିକା ର ସଂସ୍ଥାପକ ତଥା ମୁଖ୍ଯ ସଂପାଦକ ପ୍ରହଲ୍ଲାଦ ରାୟ ପ୍ରଦାନ କରିଥିଲେ ।ପ୍ରଥମ ଥର ପାଇଁ ଓଡିଶାର ଭାରତ ଭୂଷଣ ପହି ଏବଂ ପି ଭାସ୍କର ଜୁନିଅର ଭଳି ବରିଷ୍ଠ ଯାଦୁକର ମଧ୍ଯ ଏହି ଉତ୍ସବ ରେ ନିଜର କଳାତ୍ମକ ଜୀବନ ର ଉପଲବ୍ଧି ଯୋଗୁଁ ସମ୍ମାନିତ ହେବାର ସୌଭାଗ୍ଯ ଅର୍ଜନ କରିଛନ୍ତି। ଉତ୍ତର ପ୍ରଦେଶ ର ମଥୁରା ନଗରୀ ରେ ଏକ ସ୍ୱତନ୍ତ୍ର ଯାଦୁ ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୧୧୦ ଜଣ ଯାଦୁକରଙ୍କ ଉପସ୍ଥିତିରେ ଉଦ୍ଧବଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଉଦ୍ଧବ ପଧାନ ଦୀର୍ଘଦିନ ଧରି ମଞ୍ଚ ଯାଦୁ, ମାନସିକ ଯାଦୁ ଓ ଡିଜିଟାଲ୍ ଯାଦୁ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ସହ ଯାଦୁ କଳା ପ୍ରତି ନୂତନ ପିଢ଼ିର ଆଗ୍ରହ ବଢ଼ାଇବା ପାଇଁ ପ୍ରୟାସ କରିଆସୁଛନ୍ତି। ଅନ୍ଧବିଶ୍ୱାସ ଦୂରୀକରଣ ଓ ଯାଦୁ ପଛରେ ଥିବା ବୈଜ୍ଞାନିକ ଚିନ୍ତାଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ମଧ୍ୟ ସେ ସଚେତନତା ସୃଷ୍ଟି କରୁଛନ୍ତି।

 

ଏହି ସମ୍ମାନ ପାଇଁ ଉଦ୍ଧବ ପଧାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଏହି ସଫଳତା ସୋନପୁର ଜିଲ୍ଲାର ଯାଦୁ କଳା କ୍ଷେତ୍ର ପାଇଁ ଏକ ଗୌରବର ବିଷୟ ବୋଲି ମତ ପ୍ରକାଶ ପାଇଛି।

You may have missed