November 25, 2024

ମାଟିତଳୁ ଅଷ୍ଟଧାତୁ ଲକ୍ଷ୍ମୀନୃସିଂହ ପ୍ରତିମୂର୍ତ୍ତି ଉଦ୍ଧାର

Share

ମାଟିତଳୁ ଅଷ୍ଟଧାତୁ ଲକ୍ଷ୍ମୀନୃସିଂହ ପ୍ରତିମୂର୍ତ୍ତି ଉଦ୍ଧାର

====================

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ରବୀନ୍ଦ୍ର ପଟ୍ଟନାୟକଙ୍କ ଘରର ମାଟି ତଳୁ ଶନିବାର ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନୃସିଂହଙ୍କ ପ୍ରତିମୂର୍ତ୍ତି ଉଦ୍ଧାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ରବୀନ୍ଦ୍ରଙ୍କ ଭାଇ ସୁରେନ୍ଦ୍ର ପଟ୍ଟନାୟକଙ୍କୁ ସ୍ୱପ୍ନାଦେଶ ହେବା ପରେ ଶନିବାର ମାଟି ଖୋଳା ଯାଇଥିଲା l ପ୍ରାୟ ଛଅ ଫୁଟ ଗଭୀର ମାଟି ଖୋଳିବା ପରେ ଶବ୍ଦ ହୋଇଥିଲା l ପରେ ଶାବଳରେ ପଇତା ସୁତା ବାନ୍ଧି ଖୋଲିବାରେ ସୂତାରେ ଲାଗି ପ୍ରଥମେ ମହାଲକ୍ଷ୍ମୀଙ୍କ ମୃତ୍ତି ଉଦ୍ଧାର ହୋଇଥିଲା ଏବଂ ପରେ ପୁଣି ତାହା କରିବାରେ ଲକ୍ଷ୍ମୀ ନୃସିଂହଙ୍କ ଯୁଗଳ ପ୍ରତିମୂର୍ତ୍ତି ମଧ୍ୟ ମିଳିଥିଲା l ଠାକୁରଙ୍କ ମୃତ୍ତି ଉଦ୍ଧାର ପରେ ପଟ୍ଟନାୟକ ପରିବାର ପକ୍ଷରୁ କ୍ଷୀରରେ ମୃତ୍ତିକୁ ଧୁଆଧୁଇ କରାଯାଇ ପୂଜାର୍ଚନା କରିଥିଲେ l ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଠାକୁରଙ୍କ ଦର୍ଶନ ନିମନ୍ତେ ଲୋକଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା l କେଉଁ ଆବାହନ କାଳରୁ ତଥା ପୁର୍ବlପୁରୁଷରୁ ତାଙ୍କ ପରିବାର ନୃସିଂହଙ୍କ ପୂଜା କରି ଆସୁଥିଲେ l କାଳକ୍ରମେ ପରିବାର ଅଲଗା ହେବା ପରେ ପୂଜାପୁଜି ବନ୍ଦ ହୋଇଯାଇଥିବା ଆଲୋଚନା ହେଉଛି l ମିଳିଥିବା ସୂଚନା ଅନୁଯାଇ ରବୀନ୍ଦ୍ରଙ୍କ ସାନ ଭାଇ ସୁରେନ୍ଦ୍ରଙ୍କୁ ଗତ କିଛି ତଳେ ଠାକୁରଙ୍କ ମୃତ୍ତି ଘରେ ଥିବା ଏବଂ ପୂଜାର୍ଚନା କରାଯାଉନଥିବା ସ୍ବପ୍ନ ହୋଇଥିଲା l ସ୍ବପ୍ନ ହେବା ପରେ ସେ ଦେବସ୍ନାନ ପୂର୍ଣ୍ଣିମା ଦିନ ପୁରୀ ଯାଇ ସେଠାରେ ତାଙ୍କର ଜଣେ ସମ୍ପର୍କୀୟ ତଥା ସାଧକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ପରେ ସମସ୍ତ ଭାଇ ମାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରି ଶନିବାର ମାଟି ଖୋଳା ଯାଇ ଠାକୁରଙ୍କ ପ୍ରତିମୂର୍ତ୍ତି ଉଦ୍ଧାର କରିଥିଲେ l