August 12, 2026

ସରପଞ୍ଚଙ୍କୁ ଆକ୍ରମଣ ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟିଲେ ଆହତ ସରପଞ୍ଚ

IMG-20260812-WA0059
Share

 

 

 

ଖୋର୍ଦ୍ଧା,(ପ୍ରିୟଙ୍କା ମହାପାତ୍ର) -: ଖୋର୍ଦ୍ଧା ବ୍ଲକ ଅଞ୍ଚଳରେ ଜଣେ ସରପଞ୍ଚଙ୍କୁ ଜିଲ୍ଲା ପରିଷଦ ସଦସ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସରପଞ୍ଚ ଆହତ ହୋଇଥିବା ଜଣାପଡ଼ିଛି।ଘଟଣା ପରେ ଆହତ ସରପଞ୍ଚ ତାଙ୍କ ସମର୍ଥକଙ୍କ ସହ ଖୋର୍ଦ୍ଧା ବିଧାୟକଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହଆକ୍ରମଣକାରୀଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବି କରି ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିଲେ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ମାହୋଲ ଗରମ ହୋଇଛି। ଅଭିଯୋଗର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି। ଘଟଣାର ପ୍ରକୃତ କାରଣ ଓ ଆକ୍ରମଣ ସମ୍ପର୍କରେ ପୁଲିସର ତଦନ୍ତ ପରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।