August 13, 2026

ବନ ବିଭାଗ ପ୍ରକଳ୍ପ ରୁ ଚୋରି ପାଣି ମୋଟର,ସୋଲାର ପ୍ୟାନେଲ,ବ୍ୟାଟେରୀ ଜବତ ୩ ଅଭିଯୁକ୍ତ ଗଲେ ଜେଲ..

IMG-20260812-WA0064
Share

ସାନଖେମୁଣ୍ଡି,୧୨|୮(ବିଜୟ କୁମାର ପ୍ରଧାନ ) ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ସଅଁଢେପ ଗାଁ ର ବନବିଭାଗ ଜଳାଶୟ ରେ ବନ୍ୟଜନ୍ତୁ ପାଣି ପିଇବା ପାଇଁ ବନ ବିଭାଗ ପକ୍ଷରୁ କରାଯାଇଥିବା ପ୍ରକଳ୍ପ ରୁ ମଙ୍ଗଳବାର ରାତିରେ କୌଣସି ଦୁର୍ବୃତ୍ତ ପାଣି ମୋଟର,ସୋଲାର ପ୍ୟାନେଲ,ବ୍ୟାଟେରୀ କୁ ଚୋରି କରି ନେଇଯାଇଥିଲେ।ବନ ବିଭାଗ ୱାଚର୍ ଏନେଇ ପାଟପୁର ବନ ବିଭାଗ ସେକ୍ସନ କାର୍ଯ୍ୟାଳୟରେ ଜଣାଇଥିଲେ।ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ସବିଶେଷ ଅନୁଧ୍ୟାନ କରିବା ପରେ ବୁଧବାର ପାଟପୁର ଥାନାରେ ଏତଲା ଦେଇଥିଲେ।ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୨୩୪/୨୬ ଭାରତୀୟ ନ୍ୟାୟ ସଂହିତା ବିଏନ୍ଏସ) ର ଦଫା – ୩୦୨(୩)/୩(୫) ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ପୋଡ଼ାମାରି ଫାଣ୍ଡି ଏଏସଆଇ ପି.କେ.ବାଲିକାନା ଘଟଣାର ତଦନ୍ତ କରି ଚୋରି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତ ଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ସମସ୍ତ ଚୋରି ସାମଗ୍ରୀ ଏବଂ ଚୋରି ପାଇଁ ବ୍ୟବହୃତ ସରଞ୍ଜାମ,୨ ଟି ମୋବାଇଲ ଫୋନ୍ ଜବତ କରିବା ପରେ ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି।ଅଭିଯୁକ୍ତ ମାନେ ହେଲେ ପାଟପୁର ଥାନା ବିଷ୍ଣୁସାଗର ଗ୍ରାମର ରାଜୁ ଶବର(୨୭),ରାମେଶ୍ବର ରଇତ(୨୨), ଉସ୍ତପଲ୍ଲୀ ଗ୍ରାମର ମାଧବ ଶବର ଓରଫ ମାଧବ ବଡ଼ରଇତ(୨୦)। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।