August 12, 2026

ଭୀମଭୋଇ ଶିବିରରେ ସନ୍ଥକବି ଭୀମ ଭୋଇଙ୍କୁ ଅବହେଳା!

IMG-20260812-WA0028
Share

 

 

 

ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର): ଜଟଣୀ ବ୍ଲକରେ ଆୟୋଜିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ସନ୍ଥକବି ଭୀମ ଭୋଇଙ୍କୁ ପ୍ରଶାସନ ଅବହେଳା କରିଥିବା ଅଭିଯୋଗ ଉଠିଛି। ଭିନ୍ନକ୍ଷମମାନଙ୍କ କଲ୍ୟାଣ ଓ ସେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରର ନାମ ଭୀମଭୋଇଙ୍କ ନାମରେ ରହିଥିଲେ ମଧ୍ୟ ତାଙ୍କୁ ଯଥୋଚିତ ସମ୍ମାନ ଦିଆଯାଇନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।ଅଭିଯୋଗ ଅନୁଯାୟୀ, ଦିବା ୧୨ଟା ୨୭ ମିନିଟ୍ ସୁଦ୍ଧା ଶିବିର ସ୍ଥଳରେ ସନ୍ଥକବି ଭୀମ ଭୋଇଙ୍କ ଫଟୋରେ ଫୁଲମାଳ ଦିଆଯାଇନଥିଲା କିମ୍ବା ଦୀପ ପ୍ରଜ୍ଜ୍ୱଳନ କରାଯାଇନଥିଲା। ଯାହାକୁ ନେଇ ଭୀମଭୋଇଙ୍କ ଆଦର୍ଶ ଓ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନରେ ପ୍ରଶାସନର ଅବହେଳା ନେଇ ପ୍ରଶ୍ନ ଉଠିଛି।

ସନ୍ଥକବି ଭୀମ ଭୋଇ ନିଜ ସାହିତ୍ୟ ଓ ମାନବବାଦୀ ଚିନ୍ତାଧାରା ମାଧ୍ୟମରେ ସମାଜର ଦୁଃଖୀ, ନିଷ୍ପେଷିତ ଓ ଅସହାୟଙ୍କ ପାଇଁ ସ୍ୱର ଉଠାଇଥିଲେ। ତାଙ୍କ ନାମରେ ଆୟୋଜିତ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ତାଙ୍କୁ ଏଭଳି ଅବହେଳା କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।