ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ
ପଡିଆ, ୧୧/୦୮:
:ମାଲକାନଗିରି ଜିଲ୍ଲା ପଡିଆ ପୋଲିସ ପକ୍ଷ୍ୟରୁ ଆଦିବାସୀ ଅଧ୍ୟୁଷିତ ନିଲିଗୁଡା ପଞ୍ଚାୟତର ଉସ୍କାଲବାଗ ଗ୍ରାମରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ କରାଯାଇଅଛି। ପଡିଆ ଥାନା ଅଧିକାରୀ ସନ୍ତୋଷ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ଅଞ୍ଚଳରେ ଦେଶୀ ମଦର ବ୍ୟବହାରକୁ ବାରଣ, ପାରିବାରିକ ଗଣ୍ଡଗୋଳର ଆପୋଷ ବୁଝାମଣା, ସାଇବର ଅପରାଧରୁ ନିବୃତ୍ତ ରହିବା, ବାହ୍ୟ ପ୍ରଲୋଭନରୁ ନିବୃତ ରହିବା ନେଇ ସଚେତନତା ସୃଷ୍ଟି କରାଯାଇଅଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ବୁଦୁରା କାର୍ତାମୀ, ପଡିଆ ଥାନାର ଏଏସଆଇ ଅନିଲ କୁମାର ମିଶ୍ର ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଉପସ୍ଥିତ ଥିଲେ ।
