ତିର୍ତୋଲ ଥାନା ତରଫରୁ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ….

ଜଗତସିଂହପୁର, ୧୦/୦୮
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ସମାଜରେ ଦିନକୁ ଦିନ ବରିଷ୍ଠ ଠାରୁ ଆରମ୍ଭ କରି ସାଧାରଣ ଲୋକ ସାଇବର ଠକାମୀ ର ଶିକାର ହେଉଛନ୍ତି । ଯେମିତି କି ମୋବାଇଲ, ଏ.ଟି.ଏମ.ଲୁଟ, ଫେକ କଲ, ଓଟିପି ସେୟାର ମୋବାଇଲ ଦ୍ୱାରା ଭିଡିଓ କଲ କରି ଅନେକ ସମୟରେ ଠକାମୀ ର ଶିକାର ର ବସବର୍ତ୍ତୀ ହେଉଛନ୍ତି । ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଥାନା ମାନଙ୍କ ରେ ଆମ ଜନତା, ବରିଷ୍ଠ ନାଗରିକ, ସାଧାରଣ ବର୍ଗ କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ହେଉଛି । ସେହି ପରିପ୍ରେକ୍ଷୀରେ ଜଗତସିଂହପୁର ଏସ.ପି ଅଙ୍କିତ ବର୍ମା ଙ୍କ ନିର୍ଦେଶ କ୍ରମେ ଆଜି ଅପରାହ୍ନ ରେ ତିର୍ତୋଲ ଥାନା ପରିସରରେ, ତିର୍ତୋଲ ଥାନା ଭାରପ୍ରାପ୍ତ ଥାନା ଭାରପ୍ରାପ୍ତ ଅଧିକାରୀ ବଂଶୀଧର ପ୍ରଧାନ ଙ୍କ ସଭାପତିତ୍ବ ରେ ଆୟୋଜିତ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମଞ୍ଚାସିନ ପୋଲିସ ସବ ଇନିସପେକ୍ଟର ଜୟଦୀପ କୁମାର ମହାନ୍ତି, ବିଭୁତି ବିଶ୍ୱାଳ, ରମେଶ ସାହାଣୀ, ଅକ୍ଷୟ ନାୟକ,ଲତିଫୁର ରୋଶନ, ଗୁଣନିଧି ଜେନା,ପ୍ରଶାନ୍ତ ବିଶ୍ୱାଳ, ଅକ୍ଷୟ ନାୟକ, ଡିକେ ବିଶ୍ୱାଳ, ଶର୍ମିଷ୍ଠା ଓଝା, ବନ୍ଦିତା ଦାସ, ଜୋଶ୍ନାରାଣୀ ବେଉରା, ଛବିରାଣୀ ବେହେରା,ଙ୍କ ସହିତ କର୍ମଚାରି ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ବରିଷ୍ଠ ନାଗରିକ, ସମାଜ ସେବୀ ଦେବବ୍ରତ ମହାନ୍ତି, ପୋତାନଈ ସରପଞ୍ଚ ବ୍ରଜକିଶୋର ମହାରାଜ, ମନୋହର ସ୍ୱାଇଁ, ଶରତ ଚନ୍ଦ୍ର ସାହୁ, ପ୍ରଦୀପ୍ତ କୁମାର ସାହୁ, ଦିବାକର ପାଳ, ନୃସିଂହ ଚରଣ ସେନାପତି ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରି ଗୌରାଙ୍ଗ ଚରଣ ଦାସଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ ଏଥି ସହିତ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ । ବ୍ୟାଙ୍କର ପୂର୍ବତନ ପ୍ରଶିକ୍ଷକ ସ୍ମୁତିରଞ୍ଜନ ଦାସ ଡିଜିଟାଲ ଆରେଷ୍ଟ, ସାଇବର ସୁରକ୍ଷା ପ୍ରତି ଆଲୋଚନା କରିଥିଲେ । ଏହି ଅବସର ରେ ତିର୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନଙ୍କ କହିବା ଅନୁସାରେ ବରିଷ୍ଠ ମାନେ ଏ.ଟି.ଏମ. ରେ ଅର୍ଥ ଉଠାଣ କଲାବେଳେ ଲୁଟ ର ଶିକାର ହୁଅନ୍ତି । ମୋବାଇଲ ଫଡ,ଓଟିପି ର ଶିକାର, ଫେକ କଲ୍ କୁ ନେଇ ଘଟିଥିବା ଘଟଣା ର ଜ୍ଜ୍ୱଳନ୍ତ ଉଦାହରଣ ଦେବା ସହିତ ଯଦି ସାଇବର ଠକେଇର ଶିକାର ହେଉଥିବେ,ଜନସାଧାରଣ ମାନେ ତୁରନ୍ତ ୧୯୩୦ ରେ କଲ କରିବା ପାଇଁ କହିଥିଲେ । ପରିଶେଷରେ ୪ ଜଣ ବରିଷ୍ଠ ନାଗରିକ ମାନଙ୍କୁ ତିର୍ତୋଲ ଥାନା ଅଧିକାରୀ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ବରିଷ୍ଠ ନାଗରିକ ମଧ୍ୟରେ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧକ୍ଷ୍ୟ କୈଳାଶ ଚନ୍ଦ୍ର ଦାସ,ଅବସର ପ୍ରାପ୍ତ ଅଧ୍ୟାପିକା ବିଷ୍ଣୁପ୍ରଭା ଦାସ, ସମାଜ ସେବୀ ପତିତପାବନ ହୋତା, ଅବସର ପ୍ରାପ୍ତ ଭେଷଜ ବିଜ୍ଞାନ ଡାକ୍ତର ହେମନ୍ତ ନାୟକ ପ୍ରମୁଖ । ସର୍ବ ଶେଷରେ ସମାଜ ସେବୀ ଦେବବ୍ରତ ମହାନ୍ତି ଉପସ୍ଥିତ ବରିଷ୍ଠ ନାଗରିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଦେବା ସହ ତିର୍ତୋଲ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ଭୂୟସୀପ୍ରଂଶସା କରିଥିଲେ ।
