August 11, 2026

ମାନସିକ ବିକୃତ ଯୁବକ ନିଖୋଜ, ଥାନାରେ ଅଭିଯୋଗ 

IMG-20260810-WA0124
Share

 

ବୁଗୁଡ଼ା : ତା ୧୦/୦୮/୨୬ : ବୁଗୁଡ଼ା ବ୍ଲକ ପାଙ୍ଗିଡି ପଞ୍ଚାୟତ ଅନ୍ତର୍ଗତ ଟିକରପଡା ଗ୍ରାମର ସୁଜଲ ଭୂୟାଁ(୧୮) ଓରଫ୍ ରାହୁଲ୍ ଗତ ଜୁଲାଇ ୨୪ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଥିବା ବେଳେ ଏ ନେଇ ତାଙ୍କର ମାଆ ଲକ୍ଷ୍ମୀ ସ୍ବାଇଁ ୨୫ ତାରିଖ ଦିନ ବୁଗୁଡା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି। ଏକ ଶାଗୁଆ ରଙ୍ଗର ସାର୍ଟ ଏବଂ ଖଇରିଆ ରଙ୍ଗର ପ୍ଯାଣ୍ଟ ପିନ୍ଧା ଶ୍ଯାମଳ ବର୍ଣ୍ଣର ଯୁବକ ଜଣକ ନିଖୋଜ ହେବାର ୧୫ ଦିନରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ପରିବାର ଲୋକେ ପୋଲିସ ପକ୍ଷରୁ ଯଥୋଚିତ ସହାୟତା ପାଇନପାରି ଆଜି ପୁଣି ବ୍ଲକରେ ଚାଲିଥିବା ଜନ ଅଭିଯୋଗ ଶୁଣାଣି ଶିବିର ଅବସରରେ ତାଙ୍କର ମାମୁଁ ଏ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ଯପକ୍ଷରେ , ଟିକେ ପାଗଳାମି ଲକ୍ଷଣ ଥିବା ନିରୁଦ୍ଦିଷ୍ଟ ପୁଅର ଚିନ୍ତାରେ ଭାଙ୍ଗିପଡିଥିବା ମାଆ ତାଙ୍କର ପୁଅର ସୂଚନା କୌଣସି ସହୃଦୟ ବ୍ଯକ୍ତିଙ୍କୁ ମିଳିଲେ ତୁରନ୍ତ ମୋବାଇଲ ନମ୍ବର ୭୮୮୪୩୯୭୯୧୯ରେ ଅବଗତ କରାଇବାକୁ ସାଧାରଣରେ ନିବେଦନ କରିଛନ୍ତି। ତେବେ ଏ ନେଇ ବୁଗୁଡା ଥାନାରେ ୪୪/୨୬ରେ ଏକ ମିସିଙ୍ଗ୍ କେସ୍ ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି।