ପୂରୀ ରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଓ କିଶାନ ମୋର୍ଚା ର ପ୍ରତିବାଦ ଓ ବିକ୍ଷୋଭ
ସଂଯୁକ୍ତ କିଶାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଡାକରାରେ ଆଜି ଦେଶ ବ୍ୟାପୀ ଆଇନି ଅମାନ୍ୟ ପ୍ରତିବାଦ,ବିକ୍ଷୋଭ ଅବସର ରେ ପୁରୀ ରେ ଶ୍ରମିକ କୃଷକ ମାନଙ୍କ ର ପଟୁଆର ସ୍ଥାନିୟ PKDA ଛକ୍ ରୁ ବାହାରି ପୁରୀ ଜିଲ୍ଲା ପାଳ ଅଫିସ୍ ରେ ବିକ୍ଷୋଭ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ କୁହାଯାଇଛି ଯେ ମୋଦୀ ସରକାର୍ ବିଗତ 12ବର୍ଷ ଶାସନ କାଳରେ ଦେଶ ର ଶ୍ରମିକ କୃଷକ ମାନଙ୍କ ସର୍ବନାଶ କରିଛନ୍ତି। କଳା ତିନି କୃଷୀ ଆଇନି ପ୍ରତ୍ୟାହୃତ ହେଲା କିନ୍ତୁ ଅଦ୍ୟାବଧି ଚାଷୀ ଫସଲ ର MSP ପାଇଁ ଆଇନି ଆଣିଲେ ନାହିଁ। ସେପଟେ ଆମେରିକା ସହ ବ୍ୟବସାୟିକ ଚୁକ୍ତି କରି ବିଦେଶ ରୁ ସମସ୍ତ କୃଷି ଜାତ ଦ୍ରବ୍ୟ ଆଣିବେ। ଆମ ଦେଶ ର ଚାଷୀ କ୍ଷତି ଗ୍ରସ୍ତ ହେବେ। ଶ୍ରମିକ ଵିରୋଧୀ ଚାରି ଶ୍ରମ କୋଡ ଶ୍ରମିକ ମାନଂକୁକର୍ପୋରେଟ ମାନଙ୍କ ର କ୍ରୀତଦାସ କରିବ। ସର୍ଵ ନିମ୍ନମଜୁରି EPF ESI ଶ୍ରମିକ ଦାବି କରି ପାରିବେ ନାହିଁ। ଯୁବ ବର୍ଗ ବେକାରୀ ହେବେ। ସେପଟେ ମନରେଗା ଆଇନି କୁ ବଦଳାଇ ଭି ବି ଜି ରାମ ଜି ଆଇନି ଆଣିଲେ। ଲୋକେ କାମ ର ଗ୍ୟାରେଣ୍ଟି ପାଇବେ ନାହିଁ। ଦେଶ ର ସମ୍ପଦ କୁ ଆଦାନୀ ଅମ୍ବାନୀ ହାତରେ ଟେକି ଦେଲେ। ଦେଶ ବାସୀ ତାହାର ସୁଫଳ ପାଇବେ ନାହିଁ। ନିତ୍ଯ ବ୍ୟବହାର୍ଯ୍ୟ ଜିନିଷ ଦର ବଢ଼ି ଚାଲିଛି । ଲୋକଂକ ହାତରେ କାମ ନାହିଁ। ମୋଦୀ ଙ୍କ କର୍ପୋରେଟ ମାର୍କା ଅର୍ଥନୀତି ଦେଶ ପାଇଁ ବିପଦ। ସମ୍ୱିଧାନ ପାଇଁ ବିପଦ। ଦେଶ ର ED CBI ଓ ନିର୍ଵାଚନ କମିଶନ କୁ ମୋଦି ନିଜ ଦଳୀୟ ସ୍ୱାର୍ଥ ରେ ବ୍ୟବହାର କରି ନିର୍ଦଵାଚନ ରେ ଜିତିବା ଓ ଦଳ ମାନଂକୁ ଭାଙ୍ଗି ବା ରେ ଲାଗି ପଡିଛନ୍ତି। ଉକ୍ତ ପ୍ରତିବାଦ ସଭାରେ CITU ଜିଲ୍ଲା ସମ୍ପାଦକ ଶରତ କୁମାର ରାୟଗୁରୁ,AITUC ର ସଂମ୍ପାଦକ ବ୍ରଜବନ୍ଧୁ ପ୍ରଧାନ,A IFTU ର ମୋହନ ନାଇଡୁ ଙ୍କ ସଭାପତି ମଣ୍ଡଳୀ ଙ୍କ ସଭାପତିତ୍ୱ ରେ କୃଷକ ନେତା କାନୁନଗୋ,ସୁରେନ୍ଦ୍ର ଜେନା,ଜଗନ୍ନାଥ ଦେଓ, କୃଷ୍ଣ ରାଉତ, ପିତବାସ ବେହେରା,ମନୋରଞ୍ଜନ ପରିଡ଼ା, ଲୋକନାଥ ବାରିକ,ପ୍ରଦୀପ୍ତ ମହାନ୍ତି, ହରିହର ସେନାପତି, ବିଷ୍ଣୁ ମିଶ୍ର, ରଶ୍ମୀତା ଗୋଛିକାର, ଟୁନା ବାରିକ, ଦାଶରଥୀ ସାହୁ, ଟୁନା ନାୟକ , ଦୀନବନ୍ଧୁ ପ୍ରଧାନ, ପୂର୍ଣ୍ଣ ମୁଦୁଲି ଶ୍ରମ କୋଡ ପ୍ରତ୍ୟାହାର, ଅସମ୍ କୃଷି ବାଣିଜ୍ୟ ଚୁକ୍ତି ବାତିଲ, କୃଷି ରେ MSP, ବିଦ୍ୟୁତ୍ ବିଲ୍ 2025ବାତିଲ୍, ମାସିକ ମଜୁରୀ 26000ଟଙ୍କା ସ୍କିମ ୱର୍କର ଙ୍କୁ ଶ୍ରମିକ ମାନ୍ୟତା ଦେବା ପାଇଁ ଦାବୀ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
