August 9, 2026

ତୈଲିକ କେନ୍ଦ୍ରିୟ ପରିଷଦରେ ଶ୍ରୀ ଦଣ୍ଡାସି ସାହୁଙ୍କୁ ଦ୍ବିତୀୟ ଥର ପାଇଁ ସଭାପତି ଦାୟିତ୍ବ ପ୍ରଦାନ

IMG-20260809-WA0035
Share

 

 

ଆଜି ଦୌଲିଆପଡା ସ୍ଥିତ ସମାଜ କୋଠ ଘର ଠାରେ ଚିକିଟି -ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ର ସମସ୍ତ ଗ୍ରାମ୍ୟ ଓ ଆଞ୍ଚଳିକ ପରିଷଦ ର ସଭାପତି,ସମ୍ପାଦକ ଓ କୋଷାଧକ୍ଷ ଙ୍କ ସହଯୋଗ ରେ କେନ୍ଦ୍ରୀୟ ପରିଷଦ ର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ ଙ୍କ ଅଧକ୍ଷତା ରେ କେନ୍ଦ୍ରୀୟ ପରିଷଦ ର ନୂତନ କର୍ମକର୍ତା ଚୟନ କରାଯାଇଥିଲା ଏଥିରେ ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ, ସଭାପତି ଶ୍ରୀ ଦଣ୍ଡାସୀ ସାହୁ, ଉପସଭାପତି ଶ୍ରୀ ପ୍ରଶାନ୍ତ ସାହୁ (ଚିକିଟି ),ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ ସାହୁ ପୁନର୍ବାର ନିର୍ବାଚିତ ହୋଇଥିଲେ ତାହା ସହିତ କେନ୍ଦ୍ରୀୟ ପରିଷଦ ର ପ୍ରାୟ ବାଇସୀ ଜଣ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିଲା ଏଥିରେ ପାଞ୍ଚ ଜଣ ମହିଳା ସଭ୍ୟା ଙ୍କୁ ସ୍ଥାନ ଦେବା ପାଇଁ ନିର୍ବାଚନ ଅଧିକାରୀ ନିଷ୍ପତି ନେଇଛନ୍ତି।ପ୍ରତ୍ୟେକ ଗ୍ରାମ୍ୟ,ଆଞ୍ଚଳିକ ଓ କେନ୍ଦ୍ରୀୟ ପରିଷଦ ନିର୍ବାଚନ ପ୍ରକ୍ରିୟାରେ ଯୁବ ପିଢ଼ି ଆଗକୁ ଆସିଥିବାରୁ ସଭାପତି ଶ୍ରୀ ସାହୁ ଖୁସି ବ୍ୟକ୍ତ କରିଥିଲେ।ଏହି ନିର୍ବାଚନ ରେ ଶ୍ରୀ ଦଣ୍ଡାସି ସାହୁ ଙ୍କୁ ଦ୍ୱିତୀୟ ଥର ନିମନ୍ତେ କେନ୍ଦ୍ରୀୟ ପରିଷଦ ସଭାପତି ମନୋନୀତ କରିଥିବା ଜଣାପଡିଛି।

You may have missed