August 10, 2026

ଝିଲିମିଣ୍ଡାର ବୁଣାକାର ରାମ ମେହେର ପାଇଲେ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର

IMG-20260809-WA0014
Share

 

 

ବରଗଡ,ସୁରେନ୍ଦ୍ର କଠାର

 

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ ରାମ ମେହେରଙ୍କୁ ଭାରତର ସର୍ବୋଚ୍ଚ ହସ୍ତତନ୍ତ ସମ୍ମାନ ମଧ୍ୟରୁ ଅନ୍ୟତମ ‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର-୨୦୨୫’ ପ୍ରଦାନ କରାଯାଇଛି। ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ରାମ ମେହେର ଦୀର୍ଘ ୫୫ ବର୍ଷ ଧରି ପାରମ୍ପରିକ ହସ୍ତତନ୍ତ ଓ ବାନ୍ଧ କଳାର ବିକାଶ ଓ ସଂରକ୍ଷଣ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ନିଷ୍ଠା, କାରିଗରି ଏବଂ ସୃଜନଶୀଳତା ତାଙ୍କୁ ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେଇଛି। ଚଳିତ ବର୍ଷ ସେ ତାଙ୍କର ନିଆରା ‘ବିଚିତପର ଖଡ଼ି ଶାଢ଼ୀ’ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି। ୧୯ ଡିସେମ୍ବର ୧୯୫୪ରେ ଝିଲିମିଣ୍ଡା ଗ୍ରାମରେ ମାତା ମୁଲକିଦେଇ ମେହେର ଓ ପିତା ଅଭିମନ୍ୟୁ ମେହେରଙ୍କ ପୁତ୍ର ରାମ ମେହେର ମାତ୍ର ୧୨ ବର୍ଷ ବୟସରୁ ପାରିବାରିକ କୌଳିକ ବୃତ୍ତି ଭାବେ ସମ୍ବଲପୁରୀ ଶାଢ଼ୀ ବୁଣିବା ଆରମ୍ଭ କରିଥିଲେ। ୧୯୯୨ ମସିହାରେ ସେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ।ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ ରାମ ମେହେରଙ୍କୁ ଭାରତର ସର୍ବୋଚ୍ଚ ହସ୍ତତନ୍ତ ସମ୍ମାନ ମଧ୍ୟରୁ ଅନ୍ୟତମ ‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର-୨୦୨୫’ ପ୍ରଦାନ କରାଯାଇଛି। ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ରାମ ମେହେର ଦୀର୍ଘ ୫୫ ବର୍ଷ ଧରି ପାରମ୍ପରିକ ହସ୍ତତନ୍ତ ଓ ବାନ୍ଧ କଳାର ବିକାଶ ଓ ସଂରକ୍ଷଣ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ନିଷ୍ଠା, କାରିଗରି ଏବଂ ସୃଜନଶୀଳତା ତାଙ୍କୁ ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେଇଛି। ଚଳିତ ବର୍ଷ ସେ ତାଙ୍କର ନିଆରା ‘ବିଚିତପର ଖଡ଼ି ଶାଢ଼ୀ’ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି। ୧୯ ଡିସେମ୍ବର ୧୯୫୪ରେ ଝିଲିମିଣ୍ଡା ଗ୍ରାମରେ ମାତା ମୁଲକିଦେଇ ମେହେର ଓ ପିତା ଅଭିମନ୍ୟୁ ମେହେରଙ୍କ ପୁତ୍ର ରାମ ମେହେର ମାତ୍ର ୧୨ ବର୍ଷ ବୟସରୁ ପାରିବାରିକ କୌଳିକ ବୃତ୍ତି ଭାବେ ସମ୍ବଲପୁରୀ ଶାଢ଼ୀ ବୁଣିବା ଆରମ୍ଭ କରିଥିଲେ। ୧୯୯୨ ମସିହାରେ ସେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ।

You may have missed