August 9, 2026
ajiro khabar
Share

 

 

୧-ଦିଲ୍ଲୀ ଇନଭେଷ୍ଟର୍ସ ମିଟ୍‌ରେ ବଡ଼ ସଫଳତା,ଆସିଲା ରାଜ୍ୟକୁ ୬୬,୩୯୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ, ୫୪,୧୩୫ ନିଯୁକ୍ତି ସମ୍ଭାବନା।

 

୨-‘ଘରେ ଘରେ ତ୍ରିରଙ୍ଗା’ରେ ରଙ୍ଗିବ ଓଡ଼ିଶା; ଆଜିଠୁ ୧୭ ଯାଏଁ ଚାଲିବ ବିଶେଷ ଅଭିଯାନ,ପ୍ରତି ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ମଞ୍ଜୁର।

 

୩-ଇନଭେଷ୍ଟମେଣ୍ଟ ନାଁରେ ସାଇବର ଲୁଟ୍;OTP ଦେଲେ ଖାଲି ହୋଇପାରେ ଆକାଉଣ୍ଟ, ସତର୍କ କରାଇଲା କମିଶନରେଟ୍‌ ପୁଲିସ।

 

୪-ସମସ୍ତ ନଦୀରେ ଜଳ ପତନ ବିପଦ ସଂକେତ ଠାରୁ ତଳେ ରହିଛି; ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ।

 

୫-ଯାଜପୁର:ପୁଣି ଡରାଇଲାଣି ବୈତରଣୀ ଓ ନାଳିଆ ନଦୀ, ଚାଷ ଜମି ଜଳମଗ୍ନ ସହ ଗାଁରେ ପଶିଲା ବନ୍ୟା ପାଣି।

 

୬-ରାସ୍ତାରୁ ପଶୁଙ୍କୁ ସ୍ଥାନାନ୍ତରିତ କରିବ ପରିବହନ ବିଭାଗ, ପ୍ରତି ବ୍ଲକ୍ ରେ ଖୋଲିବ ଗୋଶାଳା।

 

୭-କଣିହାଁ:ଦାମୀ କାରରେ ବ୍ରାଉନ୍ ସୁଗାର କାରବାର; ୧୦ ଗ୍ରାମ ବ୍ରାଉନ୍ ସୁଗାର ଜବତ, ୩ ଗିରଫ।

 

୮-LPG ଗ୍ରାହକଙ୍କ ପାଇଁ ବଡ଼ ଖବର; ଏବେ ଇଣ୍ଡିଆନ୍‌ଅଏଲ୍‌ ଗ୍ୟାସ୍‌ ପାଇଁ ଅପେକ୍ଷା ନାହିଁ; ବୁକିଂର ୩ ଘଣ୍ଟାରେ ହେବ ହୋମ୍‌ ଡେଲିଭରି।

 

୯-ବୌଦ୍ଧ,ଦେଓଗାଁ ଥାନା:କ୍ଷୀର ଜାରରେ ହେଉଥିଲା ଗଞ୍ଜେଇ ଚାଲାଣ ,ତିନି ଗିରଫ।

 

୧୦-ଭୁବନେଶ୍ୱର:୧୪ରେ ଙ୍ଗୋପସାଗରରେ ଆଉ ଏକ ଲଘୁଚାପ,ଓଡ଼ିଶାକୁ ପ୍ରବଳ ବର୍ଷା ସମ୍ଭାବନା।

 

୧୧-ଢେଙ୍କାନାଳ: ତୁହାକୁ ତୁହା ବର୍ଷା ସାଂଗକୁ କଲବଲ କଲେଣି ମଶା,ଘରେ ଘରେ ଥଣ୍ଡା,ଜ୍ବର ଓ କାଶ ରୋଗୀ।

 

୧୨-ବାଲେଶ୍ଵର:ଜବତ ବାଇକ ଥାନାରୁ ବିକ୍ରି ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି।

 

୧୩-କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ ଛାୟା ଜାତିସଂଘର ୧୩ତମ ସଂସ୍କରଣ ଉଦ୍‍ଘାଟିତ।

 

୧୪-ବାରିପଦାରେ ବୋଲବମ୍ ଭକ୍ତଙ୍କ ନିଆରା ପ୍ରୟାସ। ଗୋଟାଏ ବାହୁଙ୍ଗିରେ ବୋହିଲେ ୧୨୮ ଲିଟର ଜଳ। ୩୫ କି.ମି ଚାଲି ମହାଦେବଙ୍କୁ କରିବେ ଜଳାଭିଷେକ। ବିଶ୍ବର ମଙ୍ଗଳ ପାଇଁ ଭକ୍ତ କରିଛନ୍ତି ମାନସିକ।

 

୧୫-ରାଜ୍ୟରେ ଦୂର ହେବ ସିଙ୍ଗଲ ଟିଚର ସ୍କୁଲ ସମସ୍ୟା, ଖୁବଶୀଘ୍ର ପୂରଣ ହେବ ଖାଲିଥିବା ପଦବୀ।

 

୧୬-ବର୍ଡର-ଗାଭାସ୍କର ଟ୍ରଫି ପାଇଁ ସୂଚୀ ଘୋଷଣା, ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ ଖେଳିବ ଟିମ୍ ଇଣ୍ଡିଆ।

 

୧୭-ଜୁନିୟର ପୁରୁଷ ଏସିଆ କପ୍‌ ହକି ପାଇଁ ଭାରତୀୟ ଦଳ ଘୋଷିତ; ଅନ୍‌ମୋଲ ଅଧିନାୟକ, ଓଡ଼ିଶାରୁ ଅଛନ୍ତି ୭ଜଣ।

 

୧୮-କୁଜଙ୍ଗ,ରାହାମା:ଦିନ ଦ୍ୱିପ୍ରହରରେ ଦେହ ବ୍ୟବସାୟ ଅଭିଯୋଗ; ପୋଲିସ ଚଢ଼ାଉରେ ୪ ମହିଳାଙ୍କ ସମେତ ୬ ଅଟକ।

 

୧୯-ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନକୁ CJPର ସମର୍ଥନ, ଦାବି ପୂରଣ ଯାଏଁ ଚାଲିବ ଲଢ଼େଇ।

 

୨୦-ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଭାରତ କିମ୍ବା ଓଡ଼ିଶାରେ ହେବ ନାହିଁ ଦୃଶ୍ୟମାନ।

 

୨୧-UPIକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସାଧାରଣ ୟୁଜର୍ସଙ୍କୁ ଦେବାକୁ ପଡ଼ିବନି କୌଣସି ଚାର୍ଜ; ବ୍ୟବସାୟୀଙ୍କ ପାଇଁ ବଦଳିବ ନିୟମ।