ରାହାମା ରୁ ସେକ୍ସ ରାକେଟ ଠାବ ..

ପାରାଦ୍ୱୀପ -ଦିନ ଦ୍ବିପହରରେ ଚାଲିଥିଲା ଦେହ ବ୍ୟବସାୟ, କୁଜଙ୍ଗ, ପାରାଦ୍ଵୀପ, ଜଗତସିଂହପୁର, ତିର୍ତ୍ତୋଲ ଓ କେନ୍ଦ୍ରାପଡ଼ା ରୁ ଆସୁଥିଲେ ଗ୍ରାହକ। ଦିର୍ଘ ୧୦ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ହେଲା ଏହି ବ୍ୟବସାୟ ଚାଲୁଥିଲେ ମଧ୍ୟ ଟେର୍ ପାଉନଥିଲା ପୋଲିସ। ତେବେ କୌଣସି ସୂତ୍ରରୁ ସୂଚନା ପାଇବା ପରେ ତିର୍ତ୍ତୋଲ ପୋଲିସ ରାହାମା ବଜାର ନିକଟ ଏକ ଭଡ଼ା ଘରେ ଚଢ଼ାଉ କରି ଘର ମାଲିକ ସମେତ ଘଟଣାର ରାଣୀ ମହୁମାଛି ସମେତ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ଘର ମାଲିକ ଙ୍କୁ ମିଶାଇ ଦୁଇଜଣ ପୁରୁଷ ରହିଛନ୍ତି। ସେମାନଙ୍କ ନିକଟରୁ ବହୁ ଆପତ୍ତିଜନକ ସାମଗ୍ରୀ ସମେତ ଶକ୍ତି ବର୍ଦ୍ଧକ ବଟିକା ଏବଂ ନଗଦ ୩୨୦୦ ଟଙ୍କା, ୭ ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ପ୍ରତ୍ୟେକ ଦିନ ସକାଳେ ଉକ୍ତ ଘରକୁ କିଛି ନିର୍ଦ୍ଧିଷ୍ଟ ମହିଳା ଆସିଥାନ୍ତି ଏବଂ ରାତି ଦୁଇଟା ରେ ସେଠାରୁ ଚାଲି ଯାଆନ୍ତି। ଦିନ ଏବଂ ରାତି ଏଠାକୁ ବିଭିନ୍ନ ଅଞ୍ଚଳରୁ ଗ୍ରାହକ ଆସିଥାନ୍ତି। ଅତି ସତର୍କତାର ସହିତ ଏହି ଦେହ ବ୍ୟବସାୟ ଚାଲିଥିବା ବେଳେ ପ୍ରତ୍ୟେକ ଗ୍ରାହକ ଙ୍କ ପିଛା ଘର ମାଲିକ ୨୦୦ ଟଙ୍କା ନେଇଥାନ୍ତି ଏବଂ ଯଦି ଗ୍ରାହକ ବାହାରୁ ଝିଅ କିମ୍ବା ମହିଳାଙ୍କୁ ଆଣନ୍ତି ତେବେ ଘର ମାଲିକ ୫୦୦ ଟଙ୍କା ନିଅନ୍ତି ବୋଲି ଗିରଫ ହୋଇଥିବା ଜଣେ ମହିଳା ପ୍ରକାଶ କରିଛନ୍ତି। ଏହି ଘରେ ୫ ରୁ ୬ ଜଣ ମହିଳା ରହୁଥିବା ବେଳେ ଦୈନିକ ପାଖାପାଖି ୩୦ ରୁ ଉର୍ଦ୍ଧ୍ୱ ଗ୍ରାହକ ଆସିଥାନ୍ତି। ଖବର ପାଇବା ପରେ ତିର୍ତ୍ତୋଲ ଆଇଆଇସି ବଂଶୀଧର ପ୍ରଧାନ ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଏହି ଚଢାଉ ସାମିଲ ହୋଇଥିବା ବେଳେ କୁଜଙ୍ଗ ଅତିରିକ୍ତ ତହସିଲଦାର ପାୟେଲ ପ୍ରିୟଦର୍ଶିନୀ ଙ୍କ ଉପସ୍ଥିତି ରେ ସମସ୍ତ ଚଢ଼ାଉ ଏବଂ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିବା ଓ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଏଥିରେ ସହଯୋଗ କରିଥିବା ତିର୍ତ୍ତୋଲ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ବାଇଟ-୧- ଗିରଫ ଦେହଜୀବୀ
ବାଇଟ-୨- ଅଜୟ ଦାସ (ଏସଡିପିଓ ତିର୍ତ୍ତୋଲ)। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
