September 23, 2026

ସାବର ଶ୍ରୀକ୍ଷେତ୍ରରେ ଦେଖାଦେଇଛି ବଡ଼ ବିବାଦ

IMG-20260807-WA0013
Share

୦୬/୦୮/୨୦୨୬ (ଗୁପ୍ତେଶ୍ୱର ରଥ କୋରାପୁଟ) ସାବର ଶ୍ରୀକ୍ଷେତ୍ରରେ ଦେଖାଦେଇଛି ବଡ଼ ବିବାଦ। ନୂତନ ପରିଚାଳନା କମିଟି ଗଠନକୁ ନେଇ ସାବର ଶ୍ରୀକ୍ଷେତ୍ର ସେନା ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି।

ସେନାର ସଦସ୍ୟମାନଙ୍କ ଅଭିଯୋଗ ଅନୁସାରେ, ବେଆଇନ ଭାବେ କମିଟି ଗଠନ କରାଯାଇଛି ଏବଂ ମନ୍ଦିରର ସଦସ୍ୟ ନଥିବା କିଛି ବ୍ୟକ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଛି।

ଏହାକୁ ନେଇ ମନ୍ଦିର ସମ୍ମୁଖରେ ଧାରଣା ଦିଆଯାଇଥିବା ବେଳେ, ସମ୍ପାଦକଙ୍କୁ ହଟାଯାଇନଥିଲେ ମନ୍ଦିରରେ ତାଲା ପକାଇବା ସହ ହଜାର ହଜାର ଜଗନ୍ନାଥ ପ୍ରେମୀଙ୍କୁ ନେଇ ବଡ଼ ଆନ୍ଦୋଳନ କରାଯିବ ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି।