August 7, 2026

ଆବାସ ତାଲିକାକୁ ନେଇ ବଢ଼ୁଛି ଅସନ୍ତୋଷ

IMG-20260806-WA0075
Share

 

 

ହାଟଡିହି ତା ୬/୮(ମନମୋହନ ନାୟକ) : ହାଟଡିହି ବ୍ଲକ୍‌ରେ ଆବାସ ଯୋଜନା ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ଦର୍ଶାଇ ସବୁ ପଞ୍ଚାୟତରେ ଅସନ୍ତୋଷ ବଢ଼ିବାରେ ଲାଗିଛି| ସ୍ଥିତି ଏଭଳି ହୋଇଛି ଯେ, ଆଗାମୀ ଦିନରେ ଅସନ୍ତୋଷ ତୀବ୍ର ହେବା ଆଶଙ୍କା ରହିଛି। ସମସ୍ତ ଯୋଗ୍ୟ ହିତାଧିକାରୀ ଯେପରି ଆବାସ ପାଇବେ ସେ ନେଇ ସରକାର ବ୍ଲକ୍‌କୁ କୌଣସି ଟାର୍ଗେଟ ଦେଇନାହାନ୍ତି। ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଆବେଦନ କରିଥିବା ହିତାଧିକାରୀଙ୍କ ଯାଞ୍ଚ କରାଯାଇ ଆବାସ ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରତି ପଞ୍ଚାୟତରେ ୩ ଜଣ ଲେଖାଏଁ କର୍ମଚାରୀ ଘରକୁ ଘର ବୁଲି ସର୍ଭେ ଓ ଯାଞ୍ଚ କରି ହିତାଧିକାରୀ ଚୟନ କରିଛନ୍ତି। ବ୍ଲକ୍‌ର ୩୧ଟି ପଞ୍ଚାୟତରେ ୧୬୨୮୩ ଜଣ ଆବେଦନକାରୀଙ୍କ ମଧ୍ୟରୁ ଯାଞ୍ଚ ପରେ ୫୭୬୩ ଜଣଙ୍କୁ ଅଯୋଗ୍ୟ ଦର୍ଶାଇ ବାଦ୍ ଦିଆଯାଇଛି। ୧୦୫୧୪ ଜଣଙ୍କୁ ବିବେଚିତ କରାଯାଇଛି। ଯୋଗ୍ୟ ତାଲିକାରେ ଅନେକ ଅଯୋଗ୍ୟ ସ୍ଥାନ ପାଇଥିବା ଅଭିଯୋଗ ହୋଇଛି। କିଛି କର୍ମଚାରୀ ଏହାକୁ ସୁଯୋଗ ଭାବି ହିତାଧିକାରୀଙ୍କଠାରୁ ମୋଟା ଆଙ୍କର ଅର୍ଥ ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ପୂର୍ବରୁ ଆବାସ, ବିଜୁ ପକ୍କାଘର ପାଇଥିବା ଲୋକ ପୁନର୍ବାର ଚଳିତ ବର୍ଷର ତାଲିକା ପ୍ରସ୍ତୁତି ସମୟରେ ଯୋଗ୍ୟ ହୋଇଥିବା ଜଣାପଡ଼ିଛି। ଏଭଳି ଅନିୟମିତତାକୁ ନେଇ କିଛିଦିନ ହେଲା ବିଭିନ୍ନ ପଞ୍ଚା ଲୋକମାନେ ବ୍ଲକ୍‌କୁ ଆସି ଭିଡ଼ ଜମାଉଛନ୍ତି । ସରପଞ୍ଚମାନଙ୍କୁ ତାଲିକା ପ୍ରସ୍ତୁତି ସମ୍ପର୍କ ମ୍ପର୍କରେ ସୂଚନା ଦିଆଯାଇ ନଥିବାରୁ ସେମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆସନ୍ତା ଦିନେ ଦୁଇଦିନ ଭିତରେ ପ୍ରତି ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଲଗାଯିବା ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଅଭିଯୋଗ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଡିଓ ରଞ୍ଜନ କୁମାର ପରିଡ଼ା କହିଛନ୍ତି ।

You may have missed