ବାଇକ ଚୋରି ଅଭିଯୋଗରେ ୨ଗିରଫ, ଦୁଇ ବାଇକ ଓ ସ୍କୁଟି ଉଦ୍ଧାର
ବୁଗୁଡ଼ା : ତା ୦୬/୦୮/୨୬ : ବୁଗୁଡ଼ା ସହରରେ ବାଇକ ଚୋରି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ଦୁଇଟି ବାଇକ ଓ ଗୋଟିଏ ସ୍କୁଟି ଜବତ କରିଛି l ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ମହାପାତ୍ର ସାହିର ରୁଦ୍ର ପ୍ରତାପ ସାମନ୍ତରାୟ(୨୭) ଏବଂ ତାର ସହଯୋଗୀ ଯାଦବ ସାହିର ଏମ.ଦୀନବନ୍ଧୁ ପାତ୍ର(୨୨) l ପୋଲିସ ସୂଚନା ଅନୁସାରେ ଗତ ୩ ତାରିଖରେ ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମର ଦିପୁ ସାହୁ ଗୋଲିଆ ଗ୍ରାମରେ ରହୁଥିବା ତାଙ୍କ ଭଣଜା ଶୁଭମଙ୍କ ଚିକିତ୍ସା ପାଇଁ ବିଲେଇ ଗଳି ପଛପଟ ଷଢଙ୍ଗି କ୍ଲିନିକକୁ ଆସିଥିବା ବେଳେ ତାଙ୍କ ସ୍କୁଟି ଚୋରି ହୋଇ ଯାଇଥିଲା l ଏ ନେଇ ପୋଲିସରେ ଅଭିଯୋଗ କରିବା ପରେ ଆଖ ପାଖରେ ଲାଗିଥିବା ସିସିଟିଭି ଚେକ କରି ପୋଲିସ ବୁଗୁଡ଼ା ମହାପାତ୍ର ସାହିର ରୁଦ୍ର ପ୍ରତାପ ସାମନ୍ତରାୟକୁ ଧରି ଜେରା କରିବା ପରେ ଗତ ୩୧ ତାରିଖରେ ଆହାର କେନ୍ଦ୍ର ନିକଟରୁ ଚିରିକିପଡା ଶାସନ ଗ୍ରାମର ଜୟରାମ ସାହୁଙ୍କ ଚୋରି ଯାଇଥିବା ପେସନ୍ ପ୍ରୋ ବାଇକ ଏବଂ ଗୋଲିଆ ନିକଟରୁ ଏକ ଆର ୱାନ ଫାଇଭ ବାଇକ ଜବତ କରିଥିଲା ପୋଲିସ l ଏ ନେଇ କେସ ନଂ ୩୭୮/୨୬ ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏଏସଆଇ ସୁମନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।
