September 22, 2026

କୋରାପୁଟରୁ ଆସିଛି ଅତ୍ୟନ୍ତ ଦୁଃଖଦ ଖବର..

IMG-20260806-WA0002
Share

 ୦୫/୦୮/୨୦୨୬ (ଗୁପ୍ତେଶ୍ୱର ରଥ କୋରାପୁଟ)ବିଦ୍ୟାଳୟରୁ ପାଠ ପଢ଼ାଇ ସାରି ଘରକୁ ଫେରୁଥିବା ବେଳେ ଚାଲିଗଲା ଜଣେ ଶିକ୍ଷକଙ୍କ ଜୀବନ।

କୋରାପୁଟ ଜିଲ୍ଲାର ସୁକୁ ବ୍ରିଜ ନିକଟରେ ଘଟିଛି ଏକ ହୃଦୟବିଦାରକ ଦୁର୍ଘଟଣା। କୁମାରଗନ୍ଧଣା ହାଇସ୍କୁଲର ଶିକ୍ଷକ ପବିତ୍ର ମୋହନ ସ୍ୱାଇଁ ବିଦ୍ୟାଳୟରେ ଶିକ୍ଷାଦାନ ସାରି ନିଜ ମଟରସାଇକେଲରେ ଘରକୁ ଫେରୁଥିଲେ।

ସୂଚନା ଅନୁସାରେ, ସୁକୁ ବ୍ରିଜ ନିକଟରେ ରେଳ ଲାଇନ ପାର ହେଉଥିବା ସମୟରେ ହଠାତ୍ ଏକ ମାଲବାହି ଟ୍ରେନ ଆସିଯାଇଥିଲା। ଟ୍ରେନ ସହ ସିଧାସଳଖ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳ ସହ ଶିକ୍ଷକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।

You may have missed