କାର ଧକ୍କାରେ ଜଣେ ୬ ବର୍ଷର ଝିଅ ଗୁରୁତର
ଖୁଣ୍ଟା ( ଦେବାଶିଷ ଦାଶ)
ଘଟଣାରୁ ପ୍ରକାଶ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କମାରଡିହା ଗ୍ରାମର ଶ୍ରୀ ନିଗମାନନ୍ଦ ପାତ୍ର ଓରଫ ଵାପୁ,,ପିତା – ✓ଶ୍ରୀ ଗୋପାଳ ଚନ୍ଦ୍ର ପାତ୍ର,ଏବଂ ତାଙ୍କ ସାନ ଭାଇ ଶ୍ରୀ ବିଜୟାନନ୍ଦ ପାତ୍ର ଓ ତାଙ୍କ ଭଉଣୀ ଶ୍ରୀମତୀ ସିଲିମା ପାତ୍ର ତାଙ୍କ ନିଜ କାରରେ
(କାର ନମ୍ବର – OD 01AK 3070) ଦୃତ ଗତିରେ ଯାଉଥିବା ସମୟରେ ଖୁଣ୍ଟା ଗ୍ରାମର ଦଶରାପଦା ନିକଟରେ ଏକ ୬ ବର୍ଷର ଝିଅକୁ ଧକ୍କା ଦେଲେ ଏବଂ ଝିଅଟି ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ଏମାନେ ନିଜର ମାନବିକତା ହରାଇ ଝିଅଟିକୁ ହସ୍ପିଟାଲ ନେବା ବଦଳରେ କାରଟିକୁ ସେଠାରୁ ନେଇ ପଳାଇ ଯାଇଥିଲେ।କିନ୍ତୁ ରାସଗୋବିନ୍ଦପୁର ଆଇଆଇସି କୌଣସି ସୂତ୍ରରୁ ଖବର ପାଇ କାର ସହିତ ଡ୍ରାଇଭରକୁ ସାରୁମୂଳା ନିକଟରୁ ଧରି ନେଇ ଥାନାରେ ଅଟକ ରଖିଛନ୍ତି। କାରଟିର insurance ମଧ୍ୟ ୨୦୨୪ ମସିହାରୁ ନାହିଁ।ତେଣୁ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ କଣ ଆକ୍ସନ ନେଉଛି।ଆହତ ହୋଇଥିବା ପିଲାଟି ଏବେ ବାରିପଦା PRM ମେଡିକାଲରେ ଚିକିତ୍ସା ହେଉଛି।
