August 5, 2026

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମୋନୟ ସମିତି, ପୁରୀସଦର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

IMG-20260805-WA0031
Share

 

ଆଜି ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି, ପୁରୀ ସଦର ( ଓଷ୍ଠା ) ପକ୍ଷରୁ ପଞ୍ଚାୟତ ସମିତି ( ବିଡ଼ିଓ )ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡ଼ିଓ ଙ୍କୁ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ପୁରୀ ସଦରବ୍ଲକ ର ସମସ୍ତ ମାଧ୍ୟମିକ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ଶତାଧିକ ଶିକ୍ଷକ ଏବଂ କର୍ମଚାରୀ ଯୋଗଦାନ କରିଥିଲେ l ଏହି ଧାରଣାରେ ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପୁରୀସଦର ସଭାପତି ଦିବାକର ପ୍ରଧାନଙ୍କ ଅଧକ୍ଷତା ରେ ସମ୍ପାଦକ ହରିହର ତ୍ରିପାଠୀ, ବିନୋଦ କୁମାର ସ୍ୱାଇଁ, କୃଷ୍ଣଚନ୍ଦ୍ର ସ୍ୱାଇଁ, ବାଇଧର ଦାଶ, ନୃସିଂହ ପ୍ରସାଦ ନାୟକ, ଉଦ୍ଧବ ରେଡି, ଜୟନ୍ତ କୁମାର ପ୍ରଧାନ, ନରେନ୍ଦ୍ର ପ୍ରଧାନ, ଡମ୍ବରୁଧର ପ୍ରଧାନ, ସଂଗ୍ରାମ କେଶରୀ ଦାଶ, ସଦାଶିବ ବିଶ୍ୱାଳ, ସୁବାଷ ଚନ୍ଦ୍ର ସ୍ୱାଇଁ, ଦୁର୍ଗାପ୍ରସାଦ ପ୍ରଧାନ ଓ ସଦାଶିବ ଜେନାଙ୍କ ସହିତ ଅନ୍ୟ ଶିକ୍ଷକ ମାନେ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed