August 5, 2026

କର୍କଟ ରୋଗ ର ସଚେତନତା ଶିବିର ଓ ସମ୍ବର୍ଦ୍ଧନା ସଭା

IMG-20260805-WA0001
Share

 

ବେଗୁନିଆ ବ୍ଲକ( ଉପାନ୍ତ ଖବର ମାନସ ରଞ୍ଜନ କର) ୪/୮/୨୦୨୬ରିଖ ମଙ୍ଗଳବାର ଦିନ ଅପରାହ୍ନ ୨ଘଟିକା ସମୟରେ ରାମଚଣ୍ଡି ସରକାରି ପ୍ରାଥମିକବିଦ୍ୟାଳୟଚକାପଦାର ସଭାଗୃହରେ ମାତୃପିତୃ ଶିକ୍ଷକ ସଂଘ ବୈଠକ ସହିତ ଜଗନ୍ନାଥ କ୍ୟାନ୍‌ସର ଏଡ୍‌ ଫାଉଣ୍ଡେସନ୍‌ ମୁମ୍ବାଇ ଆନୁକୁଲ୍ୟରେ ଏକ ନିଶା ମୁକ୍ତ ଓଡ଼ିଶା ଓ ସମୃଦ୍ଧ ଓଡିଶା ବିଷୟରେ ଏକ ସଚେତନତା ସଭା SMC ସଭାପତି ଅରୁଣ କୁମାର ବେହେରା ଙ୍କ ସଭା ପତିତ୍ଵରେ ଅନୁଷ୍ଠିତ ହୋଇ ଯାଇଅଛି ଉକ୍ତ ସଭାର ଫାଉଣ୍ଡେସନ(JAOCF)ର ମହାସଚିବ କବିତା ମିଶ୍ର ମୁଖ୍ୟଅତିଥି ତଃ ଦିଲ୍ଲିପ କୁମାର କର ଅନକୋଲୋଜିଷ୍ଟ କଳିଙ୍ଗ ହସ୍ପିଟାଲ ମୁଖ୍ୟବକ୍ତା ରଂଜନ କୁମାର ରାୟ ସଭାପତି (JACAF) ମୁମ୍ବାଇ, ଗାଇତ୍ରି ମହାନ୍ତି ସଭ୍ୟା (JACAF), ପ୍ରିତିରାୟ ସଭ୍ୟା (JACOF) ଓ ସୁଚିତ୍ରା ରାୟ (JACOF) ମଞ୍ଚରେ ଉପର୍ସ୍ଥିତ ଥିଲେ ପ୍ରଥମେ ପ୍ରଭୂ ଜଗନ୍ନାଥଙ୍କ ପଦାରବିନ୍ଦରେ ପୁଷ୍ପ,ଧୂପ, ଦୀପ, ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ଅତିଥି, ଛାତ୍ର ଛାତ୍ରି ମାନେ ସଂଧ୍ଯାବନ୍ଦନା ଓ ଶାନ୍ତି ପାଠଗାନ କରିଥିଲେ ପ୍ରଧାନ ଶିକ୍ଷକ ବସନ୍ତ କୁମାର ପ୍ରହରାଜ ସ୍ଵାଗତ ଭାସଣ ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ପରେ ପରେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥିମାନେ କର୍କଟ ରୋଗର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ ଏସିଆ ମହାଦେଶର ସର୍ବବୃହତ କ୍ଯ୍ୟନ୍ସ ସର ହସ୍ପିଟାଲ ଟାଟା ମେମୋରିୟାଲ ହସ୍ପିଟାଲରେ ଓଡିଶାର ରୋଗିମାନଙ୍କୁ FOUNDATION (JACAF) ସେବା ପ୍ରଦାନ କରୁଛି ସେ ବିଷୟପରେ ରଂଜନ କୁମାର ରାୟ ବିସ୍ତୃତ ଦ୍ଭାବରେ ତଥ୍ୟ ଉପସ୍ଥାପନ କରିଥିଲେ ଡଃ ଦିଲ୍ଲିପ କୁମାର କର ସ୍ଥାନୀୟ ଗ୍ରାମବାସି ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଓ ମୂଲ୍ୟବାନ ପରାମର୍ସ ପ୍ରଦାନ କରିଥିଲେ JACAF ର ମହାସଚିବ କବିତା ମିଶ୍ରଙ୍କୁ ମାନପତ୍ର ଉପାୟନ ଓ ଫୁଲତୋଡା ପ୍ରଦାନ ପୂର୍ବକ ଗ୍ରାମବାସି ଅଭିଦ୍ଭାବକ ଓ SMC ଓPTA ତଥା ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରିଥିଲେ ଆଜିର ଏ ସଭାକୁ ପଞ୍ଚଶକ୍ଷା ଶିକ୍ଷା ସେତୁ ସଂଗଠନର ସଭାପତି ବିଜୟ କୁମାର ବେହେରା,ସଂପାଦିକା ରେଣୁବାଳା ପଣ୍ଡା,ଚକାପଦା ଗ୍ରାମ୍ୟ କମିଟି ସଭାପତି ପ୍ରଫୁଲ୍ଲ କୁମାରସାହୁ, ସହ ଶିକ୍ଷୟିତ୍ରି ଶୁଭସ୍ମିତା ପଟଯୋଶୀ ଓ ତୁଳସି ମିଶ୍ର ପରିଚାଳନା କରିଥିଲେ ଆଜିର ସ୍ମୃତି ସ୍ଵରୂପ ଅତିଥି ମାନଙ୍କଦ୍ୱାରା ବୃକ୍ଷ ରୋପୋଣ କରାଯାଇଥିଲ ପ୍ରଧାନ ଶିକ୍ଷକ ବସନ୍ତ କୁମାର ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ