August 4, 2026

ଉମରକୋଟ ବ୍ରହ୍ମକୁମାରୀ ପକ୍ଷରୁ ନିଶାମୁକ୍ତି ପ୍ରତିଜ୍ଞା ମହାଅଭିଯାନ ଅନୁଷ୍ଠିତ ହୋଇଛି………..

IMG-20260804-WA0010
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଉପସେବା କେନ୍ଦ୍ର ତରଫରୁ ନିଶାମୁକ୍ତି ପ୍ରତିଜ୍ଞା ମହାଅଭିଯାନର ଶୁଭାରମ୍ଭ ହୋଇଯାଇଛି। ପ୍ରକାଶ ଥାଉକି, ସାରା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୨୫ଟି ଅନୁଷ୍ଠାନର ମିଳିତ ଆନୁକୂଳ୍ୟରେ “ଦଶ କୋଟି ନିଶାମୁକ୍ତି ପ୍ରତିଜ୍ଞା ମହାଅଭିଯାନ”ର ଶୁଭାରମ୍ଭ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଟ ଆବୁଠାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉମରକୋଟ ଉପସେବା କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ସାଂସଦଙ୍କ ପ୍ରତିନିଧି ରାମ ନାୟକ ଯୋଗଦେଇ ନିଶା କିପରି ମଣିଷକୁ ବିପଥଗାମୀ କରିବା ସହିତ ପରିବାର ଓ ସମାଜକୁ ଧ୍ୱଂସାଭିମୁଖୀ କରିଦେଉଛି, ସେ ସମ୍ପର୍କରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ସଞ୍ଚାଳିକା ବ୍ରହ୍ମକୁମାରୀ ମନ୍ଦାକିନୀ ଭଉଣୀ ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ପରିଚାଳନା ବିଧି ଉପରେ ଆଲୋକପାତ କରିଥିବାବେଳେ ରାଜଯୋଗ ଶିକ୍ଷା ଦ୍ୱାରା ବ୍ୟକ୍ତି କିପରି ନିଶାଠାରୁ ଦୂରରେ ରହିପାରିବ, ତାହା ବୁଝାଇଥିଲେ। ବ୍ରହ୍ମକୁମାର ଚିତ୍ରରଞ୍ଜନ ମଞ୍ଚ ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ କୁମାର ରାଉତ, ରାମଚନ୍ଦ୍ର ରାମ, ଗୀତାଞ୍ଜଳି ଦାସ, ବ୍ରହ୍ମକୁମାର ଈଶ୍ୱରଙ୍କ ସହ ଅନୁଷ୍ଠାନର କର୍ମକର୍ତ୍ତାବୃନ୍ଦ ଯୋଗଦେଇ ନିଶା ନିବାରଣ ଅଭିଯାନରେ ସାମିଲ ହେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ସେହିପରି ଆମ ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଯାଇ ନିଶା ସେବନର କ୍ଷତି ଏବଂ ସୁସ୍ଥ ସମାଜ ଗଠନରେ ସମସ୍ତଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସଙ୍କଳ୍ପବଦ୍ଧ ହୋଇଥିଲେ।