August 3, 2026

ବେଲଗୁଣ୍ଠାରେ ‘ୟୁନାଇଟେଡ୍ କ୍ଲବ୍ ୯୯’ ଓ ‘ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ ବିଭିନ୍ନ କିସମର ଚାରା ରୋପଣ..

IMG-20260803-WA0062
Share

 

 

ବେଲଗୁଣ୍ଠା:୩/୮-ବେଲଗୁଣ୍ଠା ସହରରେ ପରିବେଶକୁ ସବୁଜ ଓ ସୁନ୍ଦର କରିବା ଅଭିଯାନକୁ ଜୋରଦାର କରିବା ପାଇଁ ଆଜି ‘ୟୁନାଇଟେଡ୍ କ୍ଲବ୍ ୯୯’ ଏବଂ ‘ ସାହିତ୍ୟ ଘର ’ ପକ୍ଷରୁ ଏକ ମିଳିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବେଲଗୁଣ୍ଠା ସହରର ୧୯୯୦ ମସିହା ଦଶମ ଶ୍ରେଣୀ ବ୍ୟାଚ୍‌ର ଯୁବକମାନେ ସବୁବେଳେ ବିଭିନ୍ନ ଜନହିତକର ଓ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସୁଥିବାବେଳେ, ଆଜି ସେମାନେ ପ୍ରକୃତି ସୁରକ୍ଷା ପାଇଁ ଏହି ମହାତ୍ମା ପଦକ୍ଷେପ ହାତକୁ ନେଇଥିଲେ।

‘ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ତଥା ସାହିତ୍ୟ ଘର ସାଙ୍ଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରେସକ୍ଲବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି,ଯୁବ କାଉନସିଲର୍ ଏସ୍. ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାସ, ଯୁବ ସମାଜସେବୀ ରାଜୀବ ଲୋଚନ ବେହେରା ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିଘର ଉପସଭାପତି ସୂର୍ଯ୍ୟନାରାୟଣ ତ୍ରିପାଠୀ, ସାହିତ୍ୟିଘର ସମ୍ପାଦକ କାଶୀନାଥ ସାହୁ ,ସଂଯୋଜକ ଶିବରାମ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ବୃକ୍ଷରୋପଣର ଉପକାରିତା, ମାନବ ଜୀବନ ଓ ସମାଜ ପ୍ରତି ଗଛର ଅବଦାନ ତଥା ପରିବେଶର ସବୁଜିମା ବଜାୟ ରଖିବା ଦିଗରେ ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ କଦମ୍ବ, ଲେମ୍ବୁ, ଅଶୋକ, ଜାମୁକୋଳି, ଲେମ୍ଭୁ, ବାହାଡା, ଓଉ, ପଣସ ଏବଂ ଆମ୍ବ ପରି ୬୦ରୁ ଅଧିକ ବହୁମୁଖୀ ଚାରା ରୋପଣ କରାଯାଇଥିଲା।ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ‘ୟୁନାଇଟେଡ୍ କ୍ଲବ୍ ୯୯’ର ଉପସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ ମଧୁସୂଦନ ଦାସ,ଅଶ୍ୱିନୀ କୁମାର ମହାନ୍ତି,ନାରାୟଣ ପରିଡ଼ା, ସୁଶାନ୍ତ କୁମାର ସାହୁ,ରଘୁନାଥ ପ୍ରଧାନ, ଦିଲ୍ଲୀପ କୁମାର ମହାରଣା, କାଶୀନାଥ ସାହୁ,ସୁଶାନ୍ତ କୁମାର ବିଶୋୟୀ, ରାକେଶ କୁମାର ପାତ୍ର ଏବଂ ଅରବିନ୍ଦ ପାତ୍ର, ସଞ୍ଜୟ ବେହେରା, ଅଶୋକ ପାତ୍ର ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରି ସହଯୋଗ କରିଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ