ଆଜିର ଖବର..
୧-ଗ୍ଲାସଗୋରେ ସୁନା ବର୍ଷା, ଭାରତୀୟ ବକ୍ସର ଜିତିଲେ ୭ ସ୍ବର୍ଣ୍ଣ ,୩ ରୈ।ପ୍ଯ।
୨-ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ।ନୂତନ ଆଇନ ଅନୁଯାୟୀ, ପେପର ଲିକ୍ ପାଇଁ ଦାୟୀ ବ୍ୟକ୍ତିମାନେ ତିନି ମାସ ମଧ୍ୟରେ ଦଣ୍ଡ ପାଇବେ।
୩-ସମ୍ବଲପୁର:ଉପରମୁଣ୍ଡରେ ଜଳ ପ୍ରବେଶ ହ୍ରାସ,ବନ୍ଦ ହେବ ହୀରାକୁଦ ଫାଟକ!
୪-ନୂଆ ଦିଲ୍ଲୀ:୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ LPG ସିଲିଣ୍ଡରର ଦାମ୍ ୨୦୦ଟଙ୍କା କମିଲା।
୫-ଭୁବନେଶ୍ୱର: ଅଗଷ୍ଟ ୪ରୁ ମେଡିକାଲ ନାମଲେଖା କାଉନସେଲିଂ,ଅକ୍ଟୋବର ୧୦ ସୁଦ୍ଧା ସରିବ ସମସ୍ତ ପ୍ରକ୍ରିୟା।
୬-ମହାନଦୀରେ ପ୍ରବଳ ଜଳ ସ୍ରୋତ; ମୁଣ୍ଡଳୀରେ ପ୍ରବାହିତ ହେଉଛି ୭ ଲକ୍ଷ ୧୧ ହଜାର ଘନଫୁଟ ଜଳ।
୭-ବର୍ଷା ତ ଥମିଛି,ହେଲେ ଆଜିଠାରୁ ରୁ ୬ ତାରିଖ ଯାଏଁ ପୁଣି ବର୍ଷିବ, ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।
୮-ନଦୀରେ କମୁଛି, ହେଲେ ଗାଁ ଗଣ୍ଡାରେ ଜମିଛି ପାଣି, ସାରା ରାଜ୍ୟରେ ବନ୍ୟାର ବିଭୀଷିକା, ବନ୍ୟା ଛାଡ଼ିବା ପରେ ମିଳୁଛି ଯନ୍ତ୍ରଣାଦାୟକ ଚିତ୍ର।
୯-ଏଣିକି ପାଚେରି ଡ଼େଇଁ ଖସିପାରିବେନି କଏଦୀ, ଚୌଦ୍ୱାର ଜେଲରେ ଲାଗିଲା ୩୨ଟି ଏଆଇ କ୍ୟାମେରା।
୧୦-ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଆର୍ଥିକ ସହାୟତା: ଓଡ଼ିଶା ପାଇଁ ୫୦୦ କୋଟିର ରାଶି ଘୋଷଣା।
୧୧-ଶୈଳଶ୍ରୀବିହାର:ପ୍ରଥମ ମହଲା ପାଣି ଟାଙ୍କିକୁ ଆସୁନି ପାଣି।ଲୋ ପ୍ରେସର ପମ୍ପ ଚଲେଇ ପାଣି ବିଭାଗ ଚୁପ୍।ଅପରେଟରକୁ ଫୋନ୍ କଲେ କହୁଛି କଂପ୍ୟୁଟର ଚଲାଉଛି ଫମ୍ପ!
୧୨-ଭୁବନେଶ୍ୱର: କୃଷି ଯନ୍ତ୍ରପାତି ଯୋଜନା ଆଉ ପାଞ୍ଚବର୍ଷ ବଢ଼ିଲା,୩.୮ଲକ୍ଷ ଚାଷୀ ହେବେ ଉପକୃତ।
୧୩-ଭଦ୍ରକ/ଯାଜପୁର:ବିପତ୍ତି ଖୋଲୁଛି ଆବାସ ଯୋଜନାର ପୋଲ୍; ପୁଳା ପୁଳା ଝାଟି-ମାଟି ଘରର ଚିତ୍ର, କାହା ପାଖକୁ ଯାଉଛି ଯୋଜନା?ଆବାସ ବଣ୍ଟନରେ ଅନିୟମିତତାକୁ ନେଇ ରାଗିଲେ ମନ୍ତ୍ରୀ।
୧୪-ନୂଆ ଦିଲ୍ଲୀ ଠାରେ ଅଚ୍ୟୁତ ସାମନ୍ତଙ୍କୁ IFIP ତରଫରୁ ‘ଗ୍ଲୋବାଲ୍ ଭିଜନାରୀ ଆୱାର୍ଡ ଫର୍ ଇନ୍କ୍ଲୁସିଭ୍ ଏଡୁକେସନ୍’ ସମ୍ମାନ ପ୍ରଦାନ
୧୫-ରାଜପଥରେ AI କ୍ୟାମେରାର କଡ଼ା ନଜର; ନିୟମ ଭାଙ୍ଗିଲେ କଟିଯିବ ଇ-ଚାଲାଣ।
୧୬-ଜେନ ଜିଙ୍କୁ କହିଥିଲେ ‘ନର୍ଦ୍ଦମା ପିଢ଼ି’,ଚାରିଆଡ଼ୁ ପଡ଼ିଲା ଗାଳି ; ବିବାଦରେ ଛନ୍ଦି ହେବା ପରେ ସଫେଇ ଦେଲେ କଙ୍ଗନା।
୧୭-ଅଯୋଧ୍ୟାର ରାଜର୍ଷି ଦଶରଥ ମେଡିକାଲ କଲେଜରୁ ମିଳିଲା ବୋମା ତିଆରି ଡକ୍ୟୁମେଣ୍ଟ, ଜଣେ ପ୍ରଥମ ବର୍ଷର ଛାତ୍ର ଅଟକ।
୧୮-୨୦୨୭ ଦିନିକିଆ ବିଶ୍ବକପ; ୧୨ଟି ଭେନ୍ୟୁରେ ଖେଳାଯିବ ମ୍ୟାଚ୍ ; ଦକ୍ଷିଣ ଆଫ୍ରିକାର ୮, ଜିମ୍ବାୱେରେ ୩ ଓ ନାମ୍ବିଆର ଗୋଟିଏ ଷ୍ଟାଡ଼ିୟମରେ ମ୍ୟାଚ।
୧୯-ତାମିଲନାଡୁ:ମଧ୍ୟାହ୍ନଭୋଜନରେ ମିଳିବ ଚିକେନ୍ ବିରିୟାନି : ସରକାରୀ ସ୍କୁଲରେ ଭଲ ଖାଇବେ,ଭଲ ପଢ଼ିବେ ପିଲା।
୨୦-ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକୃତ ଫଟୋ ଓ ଭିଡିଓ ପୋଷ୍ଟ ; ମେଟା ଇଣ୍ଡିଆ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ।
୨୧-ଭୂମିକମ୍ପରେ ଥରିଲା ଦିଲ୍ଲୀ : ଭୋର୍ ରୁ ଲାଗିଲା ଝଟକା, ଲୋକେ ଭୟଭୀତ।
୨୨-ମଧ୍ୟପ୍ରାଚ୍ୟକୁ ଯାଅ ନାହିଁ, ସେଠାରୁ ଫେରିବାକୁ ପ୍ରସ୍ତୁତ ରୁହ… ନିଜ ନାଗରିକଙ୍କ ପାଇଁ ଚେତାବନୀ ଜାରି କଲା ଆମେରିକା।
୨୩-ଅଗଷ୍ଟରୁ ଆହୁରି ସକ୍ରିୟ ହେବ ‘ଏଲ୍ ନିନୋ’, ବିଶ୍ୱ ପାଣିପାଗ ସଂଗଠନର ସତର୍କ ସୂଚନା।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
