August 2, 2026

ସାଂସଦଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ରିଲିଫ ବଣ୍ଟନ

IMG-20260801-WA0055
Share

 

ହାଟଡିହି ତା ୧/୮(ମନମୋହନ ନାୟକ) : କେନ୍ଦୁଝର ସାଂସଦ ଅନନ୍ତ ନାଏକ ଶନିବାର ହାଟଡିହି ବ୍ଲକ ଅଞ୍ଚଳର ବନ୍ୟା ପ୍ରଭାବିତ ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି l ସାଂସଦ ଅନନ୍ତଙ୍କ ସହ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ଆନନ୍ଦପୁର ବିଧାନସଭା ବିଜେପି ନେତା ଆଲୋକ ସେଠି, ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ନାରୀ ନେତ୍ରୀ ମିନତୀ ମହାପାତ୍ର, ଶାଳନିଆଁ ମଣ୍ଡଳ ସଭାପତି ଜଗନ୍ନାଥ ବାରିକ, ବଂଚୋ ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ, ଭାଜପା କର୍ମୀ ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ସୁଶାନ୍ତ ଜେନା, ଧବଳେଶ୍ୱର ପଟ୍ଟନାୟକ, ବାବୁଲା କାଣ୍ଡି, ତାରିଣୀ ସେନାପତି, ଭୀମସେନ ପେରେଇ, ରୁଦ୍ର ପ୍ରସାଦ ଜେନା, ରବୀନ୍ଦ୍ର ମଲ୍ଲିକ, ଅରୁଣ ମଲ୍ଲିକ, ସନାତନ ଜେନା ପ୍ରମୁଖ ଉପସ୍ଥିତ ଥିଲେ l ସାଂସଦ ଆଇତିପୁର ପଞ୍ଚାୟତରନୂଆଗାଁ,ଆଇତିପୁର,ରାଘବପୁର, ମଧୁପୁର, ଅମୃତପୁର,ରତକଣା ପ୍ରଭୃତି ବନ୍ୟା ପ୍ରଭାବିତ ଗ୍ରାମ ପରିଦର୍ଶନ କରିଥିଲେ l ସେହିପରି ଗେଡ଼ମା, ହାବଳେଶ୍ୱର, ସମଣା,ଆମ୍ବୋ ପ୍ରଭୃତି ବନ୍ୟା ପ୍ରଭାବିତ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ l ଲୋକ ମାନଙ୍କୁ ସେମାନଙ୍କର ସୁବିଧା, ଅସୁବିଧା ପଚାରି ବୁଝିବା ସହ ବିଭିନ୍ନ ଗ୍ରାମ୍ୟ ରାସ୍ତା ଘାଟର ଅବସ୍ଥା ବୁଲି ଦେଖିଥିଲେ l ଲୋକ ମାନଙ୍କୁ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଚୂଡ଼ା, ଗୁଡ଼, ଅମୁଲ, ବିସ୍କୁଟ ପ୍ରଭୃତି ରିଲିଫ ବଣ୍ଟନ କରାଯାଇଥିଲା l ବନ୍ୟା କ୍ଷୟକ୍ଷତିର ସଠିକ ଆକଳନ ନିମନ୍ତେ ଉପଜିଲାପାଳଙ୍କ ସହ ସାଂସଦ ଅନନ୍ତ ଆଲୋଚନା କରିଥିଲେ