September 25, 2026

ଶିକ୍ଷକ ନିଳାଦ୍ରୀ ବିହାରୀ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା, ଫୁଲମାଳ ଦେଇ ଗ୍ରାମରେ ବୁଲାଇଲେ ଗ୍ରାମବାସୀ 

IMG-20260801-WA0044
Share

ବୁଗୁଡା : ତା ୦୧/୦୮/୨୬: ବୁଗୁଡ଼ା ବ୍ଲକ ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ବେଠିଆବୋରଦା ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନିଳାଦ୍ରୀ ବିହାରୀ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରବିନ୍ଦ୍ର ବିଶ୍ବାଳଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା, ମୁଖ୍ୟ ବକ୍ତା ଭାବେ ଗୌରୀ ଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ସାହାଣୀ, ଏବିଇଓ ରବିନ୍ଦ୍ର ବେହେରା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରତାପ କୁମାର ଖାଡ଼ଙ୍ଗା, ସିଆରସିସି ଦିଲ୍ଲୀପ କୁମାର ବେହେରା, ଏସ୍ଏମସି ସଭାପତି ବନିତା କୁମାର ଗୌଡ ପ୍ରମୁଖ ଯୋଗ ଦେଇ ଅବସରପ୍ରାପ୍ତ ଶିକ୍ଷକ ନିଳାଦ୍ରୀ ବିହାରୀ ପ୍ରଧାନଙ୍କ କର୍ତ୍ତବ୍ୟନିଷ୍ଠା ଓ ଛାତ୍ରବତ୍ସଳତା ଆଦି ସୁଗୁଣର ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କର ସୁଖମୟ ଜୀବନ କାମନା କରିଥିଲେ । ଏ ଅବସରରେ ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥି ସହ ତାଙ୍କୁ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଫୁଲମାଳ ପିନ୍ଧାଇ ଗ୍ରାମ୍ଯ ପରିକ୍ରମା କରାଇ ବିଦାୟ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ସୀତାରାମ ତ୍ରିପାଠୀ ପରିଚାଳନା କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed