ଜୟପୁରେ ଅଣଛାତ୍ର ଛୁରାମାଡ଼, ମେଡିକାଲରେ ମୃତ୍ୟୁ ବରଣ କଲେ ନବମ ଶ୍ରେଣୀ ଛାତ୍ର
ଜୟପୁର, ୦୧/୦୮/୨୦୨୬: ଗତକାଲି ଜୟପୁର ସହରରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଜଣେ ଅଣଛାତ୍ର ଛୁରାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଆକ୍ରମଣରେ ଛାତ୍ର ଜଣକ ଗୁରୁତର ଭାବେ ଲହୁଲୁହାଣ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।ପୁଅର ମୃତ୍ୟୁ ଖବର ପାଇ ମାଆ-ବାପାଙ୍କର ବୁକୁ ଫଟା କାନ୍ଦ ପୁରା ଅଞ୍ଚଳକୁ ଭାଙ୍ଗି ପକାଇଛି। ଶୋକରେ ବୁଡ଼ି ରହିଛି ପରିବାର ସହ ସ୍କୁଲର ସାଥୀ ଛାତ୍ରମାନେ। ଖବର ପାଇ ଜୟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଅଣଛାତ୍ରକୁ ଧରିବା ପାଇଁ ପୋଲିସ ତଲାସୀ ଚଳାଇଛି। ଏଭଳି ଘଟଣା ପରେ ସହରେ ଛାତ୍ରମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଅଭିଭାବକମାନେ ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।(ଗୁପ୍ତେଶ୍ୱର ରଥ କୋରାପୁଟ)
