ଆଜିର ଖବର..
୧-ଆଜି ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ; ୪ ଜିଲ୍ଲାରେ ହେବ ଏରିଆଲ ସର୍ଭେ।
୨-ଦୋହଲିଯିବ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ; ବନ୍ୟା ମାଡ଼ରେ ବର୍ବାଦ ଏକର ଏକର ପରିବା ଫସଲ, ହାଟ ବଜାରରେ ହେବ ମହଙ୍ଗା ମାଡ଼।
୩-SRCଙ୍କ ବଡ଼ ଘୋଷଣା; ପାଣି ଛାଡ଼ିବାର ୩ ଦିନରେ ମିଳିବ ବନ୍ୟା କ୍ଷତିପୂରଣ, ୭୨ ଘଣ୍ଟାରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।
୪-ଫୁଲୁଛି ମହାନଦୀ,ଉଛୁଳୁଛି ଶାଖାନଦୀ; ଘେରାବନ୍ଦୀ ଗାଁ ଗଣ୍ଡା… ଚିନ୍ତାରେ ଦିନ କାଟୁଛନ୍ତି ନଦୀକୂଳିଆ।
୫-ଭୁବନେଶ୍ୱର:ବନ୍ୟା ପାଇଁ ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି; ଅଗଷ୍ଟ ୧୪ ଯାଏଁ ମିଳିବ ସୁଯୋଗ।
୬-ହୀରାକୁଦରେ ବଢ଼ିଲା ଚିନ୍ତା: ୨୨ ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାଜଳ, ମହାନଦୀରେ ବଡ଼ ବନ୍ୟା ଆଶଙ୍କା।
୭-ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍, ରାଜସ୍ଥାନର ମହାରାଜା ଗଙ୍ଗା ସିଂହ ବିଶ୍ଵବିଦ୍ୟାଳୟ ପକ୍ଷରୁ ହେଲେ ସମ୍ମାନିତ।
୮-ଭୁବନେଶ୍ୱର:ଭତ୍ତା ପରେ ଏବେ ଚାଉଳ ପାଳି, ସଫ୍ଟୱେର ବିଭ୍ରାଟ, ହିତାଧିକାରୀ ପାଇଲେ ନାହିଁ ଜୁଲାଇ ମାସର ରାସନ।
୯-୩ ମାସର ବନ୍ଦ ପରେ ଆଜି ଖୋଲିବ ଭିତରକନିକା; ଭ୍ରମଣର ମଜା ନେଇପାରିବେ ପର୍ଯ୍ୟଟକ।
୧୦-ଲିଙ୍ଗରାଜ ଥାନା ଗାୟତ୍ରୀ ବସ୍ତିରେ ବୀଭତ୍ସ ହତ୍ୟା; ବିଳମ୍ବିତ ରାତିରେ ଗଡିଲା ମୁଣ୍ଡ, କାରଣ ଖୋଜୁଛି ପୋଲିସ।
୧୧-MKCG ପିଜି ପ୍ରଶ୍ନପତ୍ର ଲିକ୍ ମାମଲା: ତନାଘନା ଆରମ୍ଭ, ତଦନ୍ତ କରିବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍।
୧୨-ନିଆଳି:ମ୍ୟୁଟେସନ କାମ ପାଇଁ ଲାଞ୍ଚ ଦାବି, ଭିଜିଲାନ୍ସ ହାତରେ ଧରାପଡ଼ିଲେ ମାଧବ ସର୍କଲ ଆରଆଇ।
୧୩-ଜୟପୁର : ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରା ମାଡ, ଚିକିତ୍ସାଧିନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ।
୧୪-ଅଗଷ୍ଟରେ ସ୍ୱାଭାବିକଠାରୁ କମ୍ ହେବ ବର୍ଷା,ଭାରତୀୟ ପାଣିପାଗ ବିଭାଗର ଆକଳନ।
୧୫-‘ଖେଳୋ ଇଣ୍ଡିଆ’ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ବଡ଼ ଅନୁମୋଦନ। ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହି ଯୋଜନାରେ ୨୯ ହଜାର କୋଟି ଟଙ୍କା ବ୍ୟୟ କରାଯିବ।
୧୬-HIV କବଳରେ କଲେଜ ପଢ଼ୁଆ ପିଲା ! ଏବେ ଟେନସନରେ କର୍ଣ୍ଣାଟକ ସରକାର।ରାଜ୍ୟରେ ୨ ଲକ୍ଷ ୬୦ ହଜାର ଲୋକ HIV ସଂକ୍ରମିତ।
୧୭-ଓଡ଼ିଶାରେ ବନ୍ୟା ବିପର୍ଯ୍ୟୟ ଗମ୍ଭୀର;୩ ନଦୀରେ ୭ ଘାଇ, ୨୫୦ରୁ ଅଧିକ ଗାଁ ଜଳମଗ୍ନ, ୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ।
୧୮-ମହାନଦୀରେ ପ୍ରବଳ ସ୍ରୋତ, କଡ଼ା କଟକଣା ଲଗାଇଲା କଟକ ଜିଲ୍ଲା ପ୍ରଶାସନ।ଗଡଗଡିଆ ଘାଟକୁ ପ୍ରବେଶ ନିଷେଧ।
୧୯-ରାଜ୍ୟଗୋଷ୍ଠୀ କ୍ରୀଡାରେ ଇତିହାସ ରଚିଲେ ଅସ୍ମିତା ଦେ’: ଜୁଡୋରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ।
୨୦-ମହାରାଷ୍ଟ୍ର,ଭିଓ୍ବାଣ୍ଡି ସହର:ବାଲାଜୀ ନଗରରେ ୪ ମହଲା କୋଠା ଭୁଷୁଡି ୧୦ ମୃତ।
୨୧-ପିଏମ୍ କିଷାନ ଯୋଜନାକୁ ଆହୁରି ୫ ବର୍ଷ ବଢ଼ାଇଲେ ମୋଦୀ ସରକାର, ଖର୍ଚ୍ଚ ହେବ ୩.୧୫ ଲକ୍ଷ କୋଟି ଟଙ୍କା।
୨୨-ୟୁକ୍ରେନ୍ର ସାମରିକ ଜାହାଜ ଉପରେ ରୁଷର କ୍ଷେପଣାସ୍ତ୍ର ମାଡ଼; ଜବାବରେ ରୁଷୀୟ ତୈଳ ବିଶୋଧନାଗାର ଉଡ଼ାଇଲା କିଭ୍।
