ମହାନଦୀରେ ବନ୍ୟା ଜଳମଗ୍ନ ରେ ଜିଲ୍ଲାନାସୀ ପଂଚାୟତ

ଲଘୁଚାପଜନିତ ବର୍ଷା ରେ ସାରା ଓଡିଶା ପ୍ରଭାବିତ ହୗଇଥିବା ବେଳେ ସେହିଭଳି ଜଗତସିଂହପୁର ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି ,ଗତ ୨୬ ତାରିଖ ରୁ ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି।ଏପରି ପରିସ୍ତିତିରେ ଅଞ୍ଚଳରେ ମହାନଦୀ ରେ ପ୍ରଥମ ବନ୍ୟାଜଳ ପ୍ରଭାହିତ ହୋଇ ଥିବା ବେଳେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜିଲ୍ଲାନାସୀ ପଞ୍ଚାୟତ ର ଶାହାରାଡ଼ିଆ , କୁଦୁମାଳ , ମଧୁପୁର,ଜୟସଙ୍ଖପୁର, ବ୍ରିଜ ନିକଟରେ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ଘଟଣା ର ଅନୁଧ୍ୟାନ କରିବା ପାଇଁ କୁଜଙ୍ଗ ତହସିଲଦାର ବିଡ଼ିଓ ସମେତ ବିଭାଗୀୟ ଅଧିକାରୀ ଉକ୍ତ ଅଞ୍ଚଳରେ ବୁଲି ଜଳ ବନ୍ଦିରେ ଥିବା ସମସ୍ତ ୱାର୍ଡ ଅନୁଧ୍ୟାନ କରିବା ସହିତ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ପରେ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ, ଆବଶ୍ୟକୀୟ ଔଷଧ, ଅଞ୍ଚଳ ବାସୀ ଙ୍କୁ ଦିଆଯାଉଛି ବୋଲି କହିଛନ୍ତି ଏକ ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରମୋଦ ସ୍ୱାଇଁ। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
