August 1, 2026

ବନ୍ୟା ସମୟରେ ଲୋକମାନଙ୍କର କରୁଣ କାହାଣୀ

IMG-20260731-WA0052
Share

 

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

 

“ଆମର ଦୁଃଖ କେହି ବୁଝୁ ନାହାଁନ୍ତି, ନା ପ୍ରଶାସନ ନା ବିଧାୟିକା” — ଘର ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ କଲେ ଗ୍ରାମବାସୀ

 

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦୁଧହଂସା ଗ୍ରାମ ପଞ୍ଚାୟତ ଅଧୀନ ସୁନ୍ଦରହତା ଗ୍ରାମର ବିନ୍ଧାଣୀ ସାହିର ଗ୍ରାମବାସୀ ନିଜ ଦୁଃଖ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନ ଧରି ବାସଯୋଗ୍ୟ ଘର ନଥିବା ସତ୍ତ୍ୱେ ସରକାରୀ ଆବାସ ଯୋଜନାର ସୁବିଧାରୁ ସେମାନେ ବଞ୍ଚିତ ରହିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ, “ଆମର ଦୁଃଖ କେହି ବୁଝୁ ନାହାଁନ୍ତି। ନା ପ୍ରଶାସନ ଆମ କଥା ଶୁଣୁଛି, ନା ବିଧାୟିକା। ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆମକୁ ଘର ଖଣ୍ଡେ ବି ମିଳୁନାହିଁ।”ସେମାନେ ବସ୍ତା ବିଧାୟିକାଙ୍କୁ ନିବେଦନ କରି କହିଛନ୍ତି ଯେ, ସେମାନଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣି ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ସରକାରୀ ଆବାସ ଯୋଜନାର ସୁବିଧା ପ୍ରଦାନ କରାଯାଉ।

You may have missed