July 29, 2026

ମୋହନା ରେ ଇ-ବାଇକ  ସୋରୁମ ଉଦଘାଟନ..

IMG-20260729-WA0048
Share

 

ମୋହନା(ଗଣେଶ ବିଷୋୟୀ)ଗଜପତି ଜିଲ୍ଲା ମୋହନା ସଦର ମଧ୍ୟରେ ଆଜି

ଇ-ବାଇକ ସୋରୁମ ସଂସ୍ଥା ମାଲିକ ସଇଦ ଅଲଟାଫ ସ୍ଥାନୀୟ ଅଫିସର, ସଂସ୍ଥା ର କର୍ମଚାରୀ ଏବଂଗ୍ରାହକ ମାନଙ୍କ ଉପସ୍ଥିତିରେ କଲେଜ ଛକ ଠାରେ ଅନୁଷ୍ଠାନିକ ଭାବେ ରିବନ କାଟି ଉଦଘାଟନ କରିଛନ୍ତି। ଏହି ଉଦଘାଟନ ଉତ୍ସବରେ ସ୍ଥାନୀୟ ଥାନା ଅଧିକାରୀ ଓମ ନାରାୟଣ ପାତ୍ର ଙ୍କ ସମେତ ବହୁ ବିଶିଷ୍ଟ ଅତିଥି ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହି

ଇ-ବାଇକ ଏ ଡି ଏମ ଏସ କମ୍ପାନୀ ଦ୍ୱାରା ନିର୍ମିତ ଅଟେ। ମୋହନା ଠାରେ ଆରମ୍ଭ ହୋଇଥିବା ଇ-ବାଇକ ସୋରୁମ ରେ ଏ ଡି ଏମ ଏସ କମ୍ପାନୀ ର ବିଭିନ୍ନ ପ୍ରକାର ସ୍କୁଟର, ବାଇକ, ମାଲ ବୋଝେଇ ଗାଡି ସଙ୍ଗେ ଏକାଧିକ ପ୍ରକାର ଜେ ଆର

ଇ-ବାଇକ ଏଠାରେ ଉପଲବ୍ଧ ବୋଲି ସଂସ୍ଥା ର ନିର୍ଦ୍ଧେଶକ ସଇଦ ଅଲତାଫ ପ୍ରକାଶ କରିଛନ୍ତି ଏହା ସଙ୍ଗେ ଏହି ସୋରୁମ ରେ ଇ-ବାଇକ ସ୍ପେର ପାର୍ଟ ସହିତ ଗାଡି ଗୁଡିକର ସର୍ଭିସ ମଧ୍ୟ ଏଠାରେ ଯୋଗାଇ ଦିଆଯିବ ବୋଲି ପରିଚାଳନା ନିର୍ଦ୍ଧେଶକ ଶ୍ରୀ ସଇଦ ଅଲତାଫ ସୂଚନା ପ୍ରଦାନ କରିଛନ୍ତି।