July 26, 2026

ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ ପାଇଁ ସାଂସ୍କୃତିକ ଶୋଭାଯାତ୍ରା ଏବଂ ଚିତ୍ରକଳା ପ୍ରତିଯୋଗୀତା – କାରଗୀଲ ବିଜୟ ଦିବସରେ ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି  – ସମ୍ବଲପୁର ପିନ୍ଧି ରାଜରାସ୍ତାରେ ନାଚିଲେ କଲାକାର ଓ ସମ୍ବଲପୁରୀ ପ୍ରେମୀ

IMG-20260726-WA0039
Share

ସମ୍ବଲପୁର:

ସମ୍ବଲପୁର ଜେଲ ଛକ ନିକଟରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଆରମ୍ଭ ହୋଇଥିବା ସମ୍ବଲପୁରୀ ଦିନ ରେ

ଦେଶ ବିଦେଶରେ ସମ୍ବଲପୁରୀକୁ ସ୍ବତନ୍ତ୍ର ପରିଚୟ ଦେଇପାରିଛି। ଚଲିତ ବର୍ଷ ସମ୍ବଲପୁରୀ ଡେରା ଠାରେ ୧୪ ତମ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ରବିବାର ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଇଷ୍ଟଦେବୀ ସମଲେଇଙ୍କ ଠାରେ ପୁଜାର୍ଚ୍ଚନା କରାଯିବା ପରେ ବାଲିବନ୍ଧା ସୋମନାଥ ମନ୍ଦିର ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ସମ୍ବଲପୁରର କଲାକାର ଏବଂ ପଶ୍ଚିମାଞ୍ଚଲ ଏକତା ମଞ୍ଚ ର କର୍ମକର୍ତ୍ତା ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ହାଟପଡା, ଦଲେଇପଡା, ମୁନିସିପାଲିଟି ଛକ ଦେଇ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା କୁ ପହଞ୍ଚି ଥିଲା । ସମ୍ବଲପୁରୀ ବାଦ୍ୟ ର ତାଳେତାଳେ କଳାକାର ଏବଂ କର୍ମକର୍ତ୍ତା ମାନେ ରାସ୍ତା ସାରା ନୃତ୍ୟ ପ୍ରଦର୍ଶନ କରିଥିଲେ।

ଆଜି କାରଗୀଲ ସହିଦ ଦିବସ ଥିବାରୁ କଚେରୀ ଛକ ସ୍ଥିତ ସହୀଦ ସ୍ମାରକୀ ଠାରେ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଶୋଭାଯାତ୍ରା ଆଗକୁ ବଢିଥିଲା। ଶୋଭାଯାତ୍ରା ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ରେ ଗୁରୁ ବହିଦାର ଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ଶୋଭାଯାତ୍ରା ରେ ଶତାଧିକ କଲାକାର ସମ୍ବଲପୁରୀ ଡେରା ରେ ପ୍ରଶିକ୍ଷାର୍ଥୀ, ପଶ୍ଚିମାଞ୍ଚଲ ଯୁବ ଏକତା ମଞ୍ଚ ଏବଂ ନାରୀଶକ୍ତିର ସଦସ୍ୟ ମାନେ ସାମିଲ ହୋଇଥିଲେ । ଶୋଭାଯାତ୍ରା କାର୍ଯ୍ୟକ୍ରମ ଆୟୋଜନରେ ଶୋଭାଯାତ୍ରା ସଂଯୋଜକ ଅମନ ଚିରଗୁନ, ହିମାଂଶୁ ସାହୁ, ପ୍ରେମ ସାହାଣୀ, ରାହୁଲ ଗୁପ୍ତା, ସୁଭମ ସାହୁ, ପ୍ରଥମ ନାରାୟଣ ପଣ୍ଡା, ଦେବୀ ପ୍ରସାଦ ଭୋଇ, ଡ଼ ସ୍ଵୟଂ ପ୍ରକାଶ ପଣ୍ଡା, ଅମିତାଭ ମାଝୀ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ।

 

ଅପରାହ୍ନରେ ସମ୍ବଲପୁରୀ ଦିନ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଏଥିରେ ୧୩୦ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଡ଼ ସନ୍ତୋଷ କୁମାର ବରିହା, ସମ୍ମାନିତ ଅତିଥି ଭାବେ ଡ଼ ସତ୍ୟନାରାୟଣ ଠାକୁର, ଲିଲିମା ବରିହା ଯୋଗ ଦେଇଥିଲେ । ପ୍ରତିଯୋଗିତା ଆୟୋଜନ ରେ ଚିତ୍ରକଳା ସଂଯୋଜକ ସୁରେନ୍ଦ୍ର ବଗର୍ତ୍ତି, ଲଲିତା ଭୋଇ, ଅମିତ ଦାସ, ସିପ୍ରା ଚକ୍ରବର୍ତ୍ତୀ, ପ୍ରଜ୍ଞା ସାହୁ, ଯାମିନୀ ଠାକୁର, ଭୂମିସୂତା ମେହେର, ସନ୍ତୋଷ ବଢାଇ, ଅନୂପମା ରାଉତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

You may have missed