July 24, 2026
ajiro khabar
Share

 

 

୧-ପଶ୍ଚିମବଙ୍ଗରେ ଦୂର୍ଗାପୂଜା ପାଇଁ ୧୨ ଦିନ ଛୁଟି,ମହାରାଷ୍ଟ୍ରରେ ଦୀପାବଳି ପାଇଁ ୨ ଦିନ ଛୁଟି ସେମିତି, ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରାରେ ବି ହେଉ ସରକାରୀ ଛୁଟି ଘୋଷଣା, ଉଠିଲା ବଡ଼ ଦାବି।

 

୨-ଓଡ଼ିଶାକୁ ଆସୁଛି ବଡ଼ ନିବେଶ; HCLର ୭୩୦ କୋଟି IT ସେଣ୍ଟର, ACMEର ୭୭୮ କୋଟି ଗ୍ରୀନ୍ ଏନର୍ଜି ପ୍ରକଳ୍ପକୁ ମଞ୍ଜୁରୀ, ୨୨,୮୭୩ଜଣକୁ ମିଳିବ ନୂଆ ଚାକିରି।

 

୩-ପୁରୀ:୩ ରଥ ନେଲେ ଦକ୍ଷିଣ ମୋଡ।ପ୍ରଭୁଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ।ପ୍ରଶାସନ ପକ୍ଷରୁ ସୁରକ୍ଷା,ପୁଲିସ ଫୋର୍ସ ମୁତୟନ, ଟ୍ରାଫିକ ଏବଂ ଭିଡ ନିୟନ୍ତ୍ରଣ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା।

 

୪-ବାହୁଡ଼ା ଓ ସୁନାବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଭିଡ଼ ପରିଚାଳନା ଉପରେ ଦିଆଯିବ ଅଧିକ ଗୁରୁତ୍ବ।

 

୫-ପୁରୀ: ବାହୁଡ଼ା ଯାତ୍ରା ନୀତି କାନ୍ତି ପାଇଁ ଆଜି ସନ୍ଧ୍ୟା ୬ଟାରୁ ଶ୍ରୀଜୀଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

 

୬-ସମ୍ବଲପୁର:ହୀରାକୁଦର ୧୨ ଫାଟକ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି।

 

୭-ବ୍ରହ୍ମପୁରରୁ ସଡ଼କ ପଥରେ ତପ୍ତପାଣି ଯିବେ ରାଷ୍ଟ୍ରପତି।ରାଷ୍ଟ୍ରପତି ୪ ତାରିଖ ସକାଳୁ ଭୁବନେଶ୍ବରରୁ ଟ୍ରେନ୍ ଯୋଗେ ଆସି ବ୍ରହ୍ମପୁରରେ ପହଞ୍ଚିବେ।

 

୮-CMOରୁ ଫାଇଲ୍ ଗାୟବ ଘଟଣା: ପୂର୍ବତନ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି କଲା ପୋଲିସ।

 

୯-ଢେଙ୍କାନାଳ ବାଏ ପାସ୍:NH-୫୫ରେ ସ୍କୁଟି ଉପରେ ଚଢିଗଲା ଇନୋଭା କାର, ୨ ମୃତ, ଜଣେ ଗୁରୁତର।

 

୧୦-ଭବାନୀପାଟଣା:୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ରାମପୁରସ୍ଥିତ OAV ପ୍ରିନ୍ସିପାଲ; ବିଲ୍ ପାସ୍ ପାଇଁ ମାଗିଥିଲେ ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ।

 

୧୧-ବାଲେଶ୍ଵର:ନିରାମୟ ଯୋଜନାରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ମେଡିକାଲରେ ଔଷଧ ଥାଇ ବି ବାହାରୁ କିଣିବାକୁ ପରାମର୍ଶ ଦେଉଛନ୍ତି ଡାକ୍ତର।

 

୧୨-ସରକାରୀ କାମରେ AI ବ୍ୟବହାର ପାଇଁ ପ୍ରସ୍ତାବ, ChatGPT Plus, Google AI Pro, Google One କିଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୋଜନା।

 

୧୩-କଟକ: ବିବାହିତ ଝିଅ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଯୋଗ୍ୟ: ଓଡ଼ିଶା ହାଇକୋର୍ଟ

 

୧୪-ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଖୋଲୁଛି ଗଣଶିକ୍ଷା ବିଭାଗର ଭିତିରି ଗୁମର, ଅଧିକ ଦରରେ କିଣା ହୋଇଥିଲା ପୁସ୍ତକ କାଗଜ।

 

୧୫-ଶୀର୍ଷ ୫ ଜଣଙ୍କ ମଧ୍ୟରେ ତିନି ଭାରତୀୟ ବ୍ୟାଟର, କୋହଲି-ରୋହିତଙ୍କ ଜଲୱା ଜାରି।ଗିଲ୍ ଏବେ ଏକ ନମ୍ୱର ସ୍ଥାନ ହାସଲ କରିବାଠାରୁ ମାତ୍ର ଗୋଟିଏ ରେଟିଂ ପଏଣ୍ଟ ପଛରେ।

 

୧୬-ହରାରେ:ଭାରତ -ଜିମ୍ବାଓ୍ବେ ପ୍ରଥମ ଟେଣ୍ଟି ୨୦ ଆଜି, ଖେଳାଯିବ ୩ ଟି ମ୍ୟାଚ।

 

୧୭-ଆଜିଠୁ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡା:୭୪ ଦେଶ,୨୧୫ ଇଭେଣ୍ଟ ପାଇଁ ୩୦୦୦ରୁ ଉର୍ଦ୍ଧ୍ବ ଖେଳାଳି।

 

୧୮-ସମୟ ନଷ୍ଟ କରନ୍ତୁ ନାହିଁ’ ; ସିଜେପିଙ୍କ ପ୍ରତିବାଦ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ।

 

୧୯-ଚୀନ୍ ଉପରେ ନଜର… ହିମାଳୟ ସୀମାରେ ଭାରତ ପ୍ରସ୍ତୁତ କରୁଛି ହାଇଟେକ୍ ସର୍ଭିଲାନ୍ସ ନେଟୱର୍କ।

 

୨୦-ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ ; ସେତୁ ଓ ପାୱାର ପ୍ଲାଣ୍ଟକୁ ଟାର୍ଗେଟ୍ କରିବୁ: ଟ୍ରମ୍ପ

You may have missed