ମାତ୍ରୁପୁରୀରେ ବିଜ୍ଞାନ ପ୍ରଦର୍ଶନୀ:୩୭୨ ଟି ପ୍ରକଳ୍ପ ପ୍ରଦର୍ଶିତ ..
ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃପୁରୀ ଠାରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଅତାବିରା ସବ୍ ରେଜିଷ୍ଟ୍ରାର ତଥା ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ଅଙ୍କିତ ପଣ୍ଡା ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀ ରତନ୍ ଦୀପ ଓ ଶ୍ରୀ ସୁଦୀପ୍ କୁମାର ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ସଭାପତି ଶ୍ରୀ ଶେଷଦେବ ନାଏକ,ଅଧ୍ୟକ୍ଷ ଶ୍ରୀ ବବ୍ରୁବାହାନ ମିଶ୍ର , ସହ ସମ୍ପାଦକ ଶ୍ରୀ ଶରତ କୁମାର ପ୍ରଧାନ,କୋଷାଧ୍ୟକ୍ଷ ଶ୍ରୀ ଜୟ ପ୍ରକାଶ ଅଗ୍ରୱାଲ , ଶ୍ରୀ ଅମିତ୍ କୁମାର ମିଶ୍ର,ଶ୍ରୀ ଭରତ ଚୌହାନ, ଶ୍ରୀମତୀ ସୁଶ୍ରୀ ପ୍ରଧାନ ,ଶ୍ରୀମତୀ ସୁସ୍ମିତା, ମିଶ୍ର,ଶ୍ରୀ ଯତୀନ୍ଦ୍ର ପ୍ରଧାନ, ଶ୍ରୀ ସରୋଜ କୁମାର ରଥ,ଶ୍ରୀ ସୁନୀଲ ଖମାରି ପ୍ରମୁଖ ଯୋଗ ଦେଇଥିଲେ ।ଏଥିରେ ସବ ଜୁନିଅର ବିଭାଗ ରେ ୮୩ ଟି,ଜୁନିଅର ବିଭାଗ ରେ ୧୩୯ଟି,ସିନିୟର୍ ବିଭାଗ ରେ ୧୫୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା। କାର୍ଯକ୍ରମରେ ବିଚାରକ ଭାବରେ ବରଗଡ଼ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରୁ ଉମାକାନ୍ତ ଦାଶ, ସୋହେଲା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ଶ୍ରୀ କ୍ଷୀରୋଦ୍ର ଭୋଇ, ଲୁହୁରାଚଟି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରୁ ଶରତ ବିଶ୍ୱାଳ,ସହରାଟିକ୍ରା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରୁ ଶୁଭେନ୍ଦୁ ଗଡତିଆ ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅତାବିରା ରୁ କୁଞ୍ଜବିହାରୀ ଡ଼ନସେନା, ଜୁବୁଲି ବାଳିକା ଉଚ୍ଚ ବିଦ୍ୟାଳୟ ରୁ ଶ୍ରୀ ଅଜିତ୍ ଦାଶ,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବତେମୁରା ରୁ ସୁଶ୍ରୀ ସୁଧାମୟୀ ପାଣିଗ୍ରାହୀ, ପୁର୍ବତନ ଶିକ୍ଷକ ଝସକେତନ ସାହୁ,ଅମଲିପାଲି ଉଚ୍ଚ ବିଦ୍ୟାଳୟ ରୁ ଜିତୁ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ମାନସ ଦାନୀ, ମାନସ ଭୋଇ , ଯୁଗଳ କିଶୋର ସାହୁ, ଆଦିତ୍ୟ ମିଶ୍ର, ମୋନାଲିସା ବିଶ୍ୱାଳ,ରୁକ୍ମିଣୀ ମେହେର,ସୁମିତାରାନୀ ବେହେରା,ପୂଜା ପଟେଲ, ତଥା ଅନୁଷ୍ଠାନର ସମସ୍ତ ଭାଇଅପା ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ ପାହାଡଶ୍ରୀଗିଡା, ତାଳଶ୍ରୀଗିଡା,ସିଲଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସତ୍ୟବାନ ପ୍ରଧାନ, ଗୋପାଳ ଭୋଇ ତଥା ଶିବଶଙ୍କର ଷଣ୍ଢ ଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ମାନେ ଓ ଆଖପାଖ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ।(ବରଗଡ,ସୁରେନ୍ଦ୍ର କଠାର)
