ପବିତ୍ର ରଥଯାତ୍ରା ଅବସରରେ ସାଧୂସନ୍ଥ ସମ୍ମିଳନୀ ଅନୁଷ୍ଠିତ ..
ଆଜି ବଡଦାଣ୍ଡ ସ୍ଥିତ ସଂଗ୍ରାମ କ୍ଲବ ନିକଟସ୍ଥ ଶ୍ରୀଧାମ ପରିସରରେ ଏକ ସନ୍ଥ ସମ୍ମିଳନୀ ପୂଜ୍ୟସନ୍ଥ ମହାମଣ୍ଡଳେଶ୍ୱର ଶଙ୍କରାନନ୍ଦ ଗିରିଜୀଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସନ୍ଥ ସମ୍ମିଳନୀ ରେ ପୂଜ୍ୟ ସନ୍ଥ ପରମହଂସ ସ୍ୱାମୀ ପ୍ରଜ୍ଞ୍ୟାନନ୍ଦ ମହାରାଜ ମୁଖ୍ୟ ଅତିଥିଭାବେ ଯୋଗଦାନ ଦେବାସହିତ ସମ୍ମାନିତ ଅତିଥିଭାବେ ବିଶ୍ୱ ହିନ୍ଦୁ ପରିଷଦ ର ମାର୍ଗଦର୍ଶକ ମଣ୍ଡଳ ସଦସ୍ୟ ସ୍ୱାମୀ ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ, ମହିମା ସମ୍ପ୍ରଦାୟ ର କାର୍ଯ୍ୟାଧକ୍ଷ ରମେଶବାବା, ବାବା ବୈକୁଣ୍ଠନନ୍ଦ ବ୍ରହ୍ମଚାରୀ, ବିନୟ ବାବା, ବିଶେଷ ଚୈତନ୍ୟ ମହାରାଜଙ୍କ ସହିତ ପ୍ରାୟ ଶତାଧିକ ପୂଜ୍ୟସନ୍ଥ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଗୃହୀତ କରିଥିଲେ l ବିଶ୍ୱହିନ୍ଦୁ ପରିଷଦ ର ପ୍ରାନ୍ତ ସଭାପତି ପ୍ରଫେସର ପ୍ରଫୁଲ୍ଲ ମିଶ୍ର, ପ୍ରାନ୍ତ କାର୍ଯ୍ୟକାରୀ ସଭାପତି ପବିତ୍ର ସ୍ୱାଇଁ, କ୍ଷେତ୍ରୀୟ ସହସେବା ପ୍ରମୁଖ ହରିଶ୍ଚନ୍ଦ୍ର ପ୍ରଧାନ, ପ୍ରାନ୍ତ ସହ ସମ୍ପାଦକ ଉମାକାନ୍ତ ଆଚାର୍ଯ୍ୟଙ୍କ sahit ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଗୋ ହତ୍ୟା ଆଇନ କଡାକଡି କରିବା, ଧର୍ମନ୍ତରୀଣ ଆଇନ ଓଡିଶାରେ ଠିକ ରୂପେ ଲାଗୁ କରିବା ସହିତ ଏଲି ଏଣ୍ଟରପ୍ରାଇଜେସ ଦ୍ୱାରା ନିର୍ମିତ ଫିଲ୍ମକୁ ରଦ୍ଧ କରିବା ସହିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ହତ୍ୟାକାରୀ କୁ ଉଚ୍ଚିତ ଦଣ୍ଡବିଧାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
