July 22, 2026

ପ୍ରଭୁ ଶ୍ରୀ ଜ୍ୟୋତି ଜଗନ୍ନାଥ ପିଠ ରେ ମାତା ପିତା ପୂଜନ…..

IMG-20260722-WA0008
Share

 

କୁଜଙ୍ଗ

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତାଳଦଣ୍ଡା ରେ ବିରାଜିତ ଜ୍ୟୋତି ଜଗନ୍ନାଥ ପିଠ, ବ୍ରହ୍ମ ଜଗନ୍ନାଥ ମିଶନ, ଠାକୁରବାଟି । ଜଗନ୍ନାଥ ଙ୍କ ଘୋଷ ଯାତ୍ରା ର ପଞ୍ଚମ ଦିବସରେ ସୃଷ୍ଟିର ଚଳନ୍ତି ଠାକୁର ମାତା ପିତା ଙ୍କ ପୂଜନ କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଥିଲା ଜଗନ୍ନାଥ ସଂସ୍କୃତି ର ଏକ ନିଷ୍କପଟ ପରମ୍ପରା….। ଯେଉଁଥିରେ ଆତ୍ମ ସନ୍ତୋଷ, ଆତ୍ମ ଜ୍ଞାନ, ଚିର ଆଶୀର୍ବାଦ ମିଳିଥାଏ । ଆଜି ଏହି ଜ୍ୟୋତି ଜଗନ୍ନାଥ ସେବକ ସଭାର ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଥିଲେ ଶିଶୁଅନନ୍ତ ଆଶ୍ରମ, ଅରିଲୋ ର ସେବକ ଡା. ଚିଦାନନ୍ଦ ବ୍ରହ୍ମଚାରି ମହୋଦୟ, ସଭା ପରିଚାଳନା କରିଥିଲେ ବିଶିଷ୍ଟ ସମାଜ ସେବି ଶ୍ରୀଯୁକ୍ତ ବିପ୍ଳବ ଚୌଧୁରୀ ମାହୋଦୟ, ମୁଖ୍ୟ ବକ୍ତା ଭାବେ ଥିଲେ ଶ୍ରୀଯୁକ୍ତ ଚୌଧୁରୀ ପଦ୍ମନାଭ ମିଶ୍ର ମହୋଦୟ, ବରଣ୍ୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର, ( ଧରିତ୍ରୀ ) ଶରତ କୁମାର ରାଉତ ମହୋଦୟ, ଉପ ସ୍ଥାପିକା, ଅର୍ପିତା ଦାସ ଏବଂ ଏହି ସଭାର ମୂଳ ତତ୍ତ୍ୱ କୁ ସ୍ପଷ୍ଟ ଭାବେ ବାପା ମାନଙ୍କୁ ପୂଜା କରିବାର ଵିଧି ବିଚାର କୁ ଉପସ୍ଥାପନା ଜାରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ କ୍ୟାପଟେନ ସଂଜୀବ କୁମାର ମୁଦୁଲି, ଅଧକ୍ଷ ବ୍ରହ୍ମ ଜଗନ୍ନାଥ ମିଶନ….।