July 19, 2026

ଗଜପତି:- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ପକ୍ଷରୁ ଜିରାଙ୍ଗ ପଞ୍ଚାୟତ ଠାରେ ଶିଶୁ ଚାଲାଣ ବିରୁଦ୍ଧରେ ଏବଂ ଶିଶୁ ସହାୟତା ହେଲ୍ପଲାଇନ ନ-୧୦୯୮ ର ପ୍ରଚାର ପାଇଁ ଜନସଚେତନତା କାର୍ଯକ୍ରମ ..

IMG-20260718-WA0104
Share

 

 

ପାରଳାଖେମୁଣ୍ଡି, ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ ଜିର।ଙ୍ଗ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଶିଶୁ ଚ।ଲାଣ ବିରୁଦ୍ଧରେ ଜନସଚେତନତା କାର୍ଯକ୍ରମ କରାଇବା ଆମର ଶିଶୁ ସହାୟତା ହେଲ୍ପଲାଇନ ନ:-୧୦୯୮ର ପ୍ରଚାର ପାଇଁ ଓ ବିଭିନ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ଉପରେ ଏକ ସାମୁହିକ ଜନସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯକ୍ରମରେ ଜିର।ଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୩୦୦ ଶହରୁ ଉର୍ଦ୍ଧ ବ୍ୟକ୍ତି ଉପସ୍ଥିତ ଥିଲେ । ଶିଶୁ ବିକାଶ ପକଳ୍ପ କ୍ଷେତ୍ର ପରିଚାଳିକା ଲକ୍ଷ୍ମୀ ଦେବୀ, ପଞ୍ଚୟତର ସରପଞ୍ଚ ରିସପା ଭୂୟାଁ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାସ ବିହାରୀ ପାତ୍ର ସହ ସମସ୍ତ ୱାର୍ଡର ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯକ୍ରମର ମୁଖ୍ୟ ଉଦେଶ ହେଲା ନିକଟ ଅତୀତରେ ଜିରାଙ୍ଗ ପଞ୍ଚୟତରେ ଘଟିଥିବା ଶିଶୁ ଚ।ଲାଣ ସମ୍ପର୍କିତ ତଥ୍ୟ ଜିର।ଙ୍ଗ ପଞ୍ଚାୟତବାସୀଙ୍କ ନିକଟରେ ଉପସ୍ଥାପନ କରିବା ସହିତ ଆଗାମୀ ଦିନରେ କିପରି ଶିଶୁ ଚ।ଲାଣ ନ ହେବ ସେଥିପାଇଁ ସମସ୍ତେ ସଚେନତା ହେବା ଓ ଶିଶୁ ସହାୟତା ହେଲ୍ପଲାଇନ ନ-୧୦୯୮ର ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ।

ଏହି କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷ। ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଯୋଗ ଦେଇ ଶିଶୁ ଚ।ଲାଣ କଣ, କିପରି ପରିସ୍ଥିତିରେ ଶିଶୁମାନେ ଚାଲାଣ ହୋଇଥାନ୍ତି , ଶିଶୁ ଚାଲାଣ ହୋଇ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସେହି ବିଷୟରେ ବିଭିନ୍ନ ଦୃଷ୍ଟାନ୍ତ ମୂଳକ ଉଦାହରଣ ଦେଇ ଲୋକ ମାନଙ୍କୁ ବୁଖାଇଥିଲେ । ଏଥି ସହିତ ଶିଶୁ ମାନଙ୍କ ପାଇଁ କେଉଁ କେଉଁ ଯୋଜନା ସବୁ ରହିଛି ତାହା ମଧ୍ୟ ଉପସ୍ଥାପନ କରିଥିଲେ । ଶିଶୁ ସହାୟତା ହେଲ୍ପଲାଇନ ନ-୧୦୯୮ର ଉପକାରିତା ସମ୍ପର୍କରେ ବିଶେଷ ଭାବରେ ବୁଝାଇଥିଲେ ।

ପିତାମାତାଙ୍କ ଅବହେଳା ଯୋଗୁ ବିଭିନ୍ନ ସମୟରେ ଆଧାରୁ ପାଠପଢା ଛାଡିବ ଦ୍ବାରା ସେମାଙ୍କର ଭବିଷ୍ୟତ ଅନ୍ଧକାର ହୋଇଯାଉଛି ଏବଂ ଏହି ଶିଶୁ ମାନେ ବିଭିନ୍ନ ସମସ୍ୟାର ସମୁଖୀନ ହେବାସହ ଶୋଷଣର ମଧ୍ୟ ଶିକାର ହେଉଛନ୍ତି । କୌଣସି ଶିଶୁ ଯେପରି ତାଙ୍କର ଅଧିକ।ରରୁ ବଞ୍ଚିତ ନ ହୁଏ କିମ୍ବ ବିପଦ ସଙ୍କୁଳ ପରିବେଶକୁ ଚାଲି ନ ଯାଏ ସେଥି ନିମନ୍ତେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ତରଫରୁ ସମସ୍ତ ସୁବିଧା ଯୋଗାଇବା ପାଇଁ ଆଲୋଚନା କରା ଯାଇଥିଲା । ।ଏହି କାର୍ଯକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗଜପତି ତରଫରୁ ସାମାଜିକ କର୍ମୀ ଶ୍ରୀ ସତ୍ୟବାନ ସାହୁ ପରିଚାଳନା କରିଥିଲେ ଓ ପଞ୍ଚୟତର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

( ଗଣେଶ କୁମାର ରାଜୁ)