ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ମାଟିର ପୁଅ ଭକ୍ତରଞ୍ଜନ ହେଲେ, ଜଗତସିଂହପୁର ବିକାଶ ପରିଷଦ ର ସଭାପତି
ତିର୍ତ୍ତୋଲ ତା 12/7/2026 ଜଗତସିଂହପୁର ଜିଲ୍ଲାର କଳା ସଂସ୍କୃତି, ଐତିହ୍ୟ ଓ ସାମାଜିକ ବିକାଶ ନିମନ୍ତେ ଗଠିତ ହୋଇଥିବା, ଏକ ଅଗ୍ରଣୀ ଅନୁଷ୍ଠାନ ଜଗତସିଂହପୁର ବିକାଶ ପରିଷଦ ବର୍ଷବର୍ଷ ଧରି କାମକରିଆସୁଥିବାବେଳେ, ଚଳିତ ବର୍ଷ ଏହାର ନୂତନ ଓ ଅପ୍ରତିଦ୍ବନ୍ଦି ସଭାପତି ଭାବେ ଇଂ ଭକ୍ତରଞ୍ଜନ ମହାନ୍ତି ଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି l ଗତ ରବିବାର ଦିନ ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜ୍ୟସୂଚନାଭବନ, ” ଜୟଦେବ ଭବନ ରେ ଏହି ନୂତନକର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ରେ ଇଂ ଭକ୍ତରଞ୍ଜନ ମହାନ୍ତି ସଭାପତି,ପୂର୍ବ କମିଟି ର କର୍ମକର୍ତ୍ତା ଅଜୟ ଦାସ, ପ୍ରଫେସର କମଳାକାନ୍ତ ମହାପାତ୍ର, ଡଃ ଲକ୍ଷ୍ମୀକାନ୍ତ ନନ୍ଦ, ନିରଞ୍ଜନ ବିଶ୍ୱାଳ, ସୌଭାଗ୍ୟ ରାଉତରାୟ, ରାଜକିଶୋର ଦାସ, ପବିତ୍ର ପଟ୍ଟନାୟକ, ନିଲୁ ଖୁଣ୍ଟିଆ, ଦେବେନ୍ଦ୍ର ମଲ୍ଲିକ, କେଶବ ମୁଦୁଲି, କ୍ଷୀରୋଦ ପରିଡା, ପ୍ରମୋଦ ଦାସ, ସଂଗ୍ରାମ ଦାସ, ଶିଶିର ସ୍ୱାଇଁ, ରବୀନ୍ଦ୍ର ମହାପାତ୍ର ଓ ଡଃ ଅଭୟ ମଲ୍ଲିକ ପ୍ରମୁଖ ଏଥିରେ ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ପ୍ରଣବ ଦେ କାର୍ଯ୍ୟକାରୀ ସଭାପତି, ସୁଜିତ ପୁହାଣ ଉପସଭାପତି, ଡଲି ପଣ୍ଡା ଉପସଭାପତି, ଜ୍ୟୋତିରଞ୍ଜନ ଦାସ ସାଧାରଣ ସମ୍ପାଦକ, ଅଶୋକ ଜେନା ଓ ଗଙ୍ଗାଧର ବେହେରା ଯୁଗ୍ମସମ୍ପାଦକ, ଲକ୍ଷ୍ମୀଧର ଦଳେଇ କୋଷାଧକ୍ଷ, ପ୍ରେମାନନ୍ଦ ମହାନ୍ତି ( ଜଟି ) ସମୀକ୍ଷକ ଓ ଅନିରୁଦ୍ଧ ଚକ୍ର ସଙ୍ଗଠନ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବାବେଳେ, ପୂର୍ବପରି ସୂର୍ଯ୍ୟମହାନ୍ତି ଙ୍କୁ ମୁଖ୍ୟସଂଯୋଜକ ଭାବେ ଦାୟିତ୍ୱ ନିର୍ବାହ ନିମନ୍ତେ ମୋଟ, 61 ଜଣ କାର୍ଯ୍ୟକାରୀ ସଭ୍ୟ ଙ୍କ ମଧ୍ୟରୁ 58 ଜଣ ଉପସ୍ଥିତ ରହି ନିଷ୍ପତି ଗ୍ରହଣ କରିଥିଲେ, ପୂର୍ବରୁ ଥିବା ସମସ୍ତ କର୍ମକର୍ତ୍ତା ଙ୍କୁ ମଧ୍ୟ ଉପଦେଷ୍ଟା ମଣ୍ଡଳୀ ରେ ସାତଜଣଙ୍କୁ ମନୋନୀତ କରାଯାଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
