July 13, 2026

ବାଇକ୍ ଧକ୍କାରେ ବୃଦ୍ଧା ଗୁରୁତର 

IMG-20260712-WA0068
Share

 

ବୁଗୁଡା : ତା ୧୨/୦୭/୨୬ : ବୁଗୁଡ଼ା ବ୍ଲକ ସଙ୍କୁରୁ ଗ୍ରାମରେ ଜନୈକା ମହିଳା ବାଇକ୍ ଧକ୍କାରେ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଗୁରୁତର ବୃଦ୍ଧା ଜଣକ ହେଲେ ସଙ୍କୁରୁ ଗ୍ରାମର ପଙ୍କଜ ସ୍ବାଇଁ (୬୪) ।ଘଟଣାରୁ ପ୍ରକାଶ ଯେ, ରବିବାର ସନ୍ଧ୍ୟାରେ ପଙ୍କଜ ତାଙ୍କର ଘର ପାଖ ତାଙ୍କର ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଛିଟିକି ହୋଇ ପଡିଥିବା ବେଳେ ବାଇକ୍ ଆରୋହୀ ଦୁହେଁ ମଧ୍ୟ ଫୋପାଡି ହୋଇପଡିଥିଲେ। ଦୁର୍ଘଟଣାରେ ବୃଦ୍ଧାଙ୍କ ଡାହାଣ ଗୋଡ ଭାଙ୍ଗିଯିବା ସହ ଡାହାଣ ପଟ କାନରୁ ରକ୍ତସ୍ରାବ ହୋଇଥିଲା ଏବଂ ମାତାଲ ବାଇକ୍ ଆରୋହୀ ଦୁଇଜଣ ମଧ୍ୟ ଖଣ୍ଡିଆ ଖାବରା ହୋଇଥିଲେ। ଘଟଣା ସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଆହତମାନଙ୍କ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧା ପଙ୍କଜଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା।