July 13, 2026

ଦୁଇ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଜମିପଟ୍ଟା ପ୍ରଦାନ

IMG-20260712-WA0047
Share

 

ଅନୁଗୋଳ: ବଅଁରପାଳ ବ୍ଲକର ତଳମୂଳ ଅଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟ, ନାଉପାଳ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଚନ୍ଦନପୁରକୁ ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ବିଦ୍ୟାଳୟ ଜମିପଟ୍ଟା ପ୍ରଦାନ କରାଯାଇଛି।

ଏହି ଅବସରରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଜମିପଟ୍ଟା ହସ୍ତାନ୍ତର କରିଥିଲେ। ସେ ବିଦ୍ୟାଳୟଗୁଡ଼ିକର ବିଭିନ୍ନ ସୁବିଧା ଓ ସମସ୍ୟା ସମ୍ପର୍କରେ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ସହ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଶିକ୍ଷା ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ନାଉପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୋନାଲି ନାୟକ, ଚନ୍ଦନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ, ତଳମୂଳ ଶାସନ ଗ୍ରାମପଞ୍ଚାୟତ ବିଜେପି ସଭାପତି ସୁଧୀର ତ୍ରିପାଠୀ, ତଳମୂଳ ଗ୍ରାମପଞ୍ଚାୟତ ବିଜେପି ସଭାପତି ଅଜିତ୍ ସାହୁ, ବିଜେପି ନେତା ରାହାସ ଦାଶ, ଅଜୟ ସାହୁ, ମହୀଧରପୁର ମଣ୍ଡଳ ସଭାପତି ରାଧାକାନ୍ତ ପଟ୍ଟନାୟକ, ମହେଶ୍ୱର ନନ୍ଦ, ସୁରେଶ ସାହୁ, ସନ୍ତୋଷ ସାହୁ, ସୁମନ୍ତ ସାହୁ, ସୂର୍ଯ୍ୟକାନ୍ତ ସାହୁ, ଗ୍ରାମବାସୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।