July 10, 2026

ଦାୟିତ୍ୱ ନଦେଇ ନିଲମ୍ବିତ ପ୍ରଧାନ ଶିକ୍ଷୟିତ୍ରୀ ଫେରାର ,  ସାର୍ଟିଫିକେଟ ନପାଇ +୨ ଆଡ଼ମିସନରୁ ବଞ୍ଚିତ ହେଲେ ଛାତ୍ରୀ 

IMG-20260709-WA0091
Share

 

ବୁଗୁଡ଼ା : ତା ୦୮/୦୭/୨୬ : ଦାୟିତ୍ୱ ନଦେଇ ପ୍ରଧାନ ଶିକ୍ଷୟତ୍ରୀ ଫେରାର ଟି.ସି ନପାଇ ଛାତ୍ରୀମାନେ ଆଜି +୨ ଆଡ଼ମିସନରୁ ବଞ୍ଚିତ ହୋଇଛନ୍ତି l ଏମିତି ଏକ ଅଭାବନୀୟ ଘଟଣା ବାଲିପଦରସ୍ଥିତ ଶ୍ରୀ ରଘୁନାଥ ସ୍ବାମୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି l ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ସୁବୁଦ୍ଧି ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ କାହାକୁ ଦାୟିତ୍ୱ ହସ୍ତାନ୍ତର କରି ନଥିବାରୁ ଆଜି ଏହିରି ଅବସ୍ଥା ସୃଷ୍ଟି ହୋଇଥିଲା l ଆଜି ଅଧିକାଂଶ ପିଲାଙ୍କ +୨ ଆଡ଼ମିସନ ଥିବାରୁ ଟିସି ଓ ଅନ୍ୟାନ୍ୟ ସାର୍ଟିଫିକେଟ ଆଣିବା ପାଇଁ ପିଲା ଓ ଅଭିଭାବକମାନେ ସ୍କୁଲରେ ପହଞ୍ଚିଥିଲେ। ତେବେ ପ୍ରଧାନ ଶିକ୍ଷୟତ୍ରୀଙ୍କ ପ୍ରକୋଷ୍ଠରେ ଚାବି ପଡ଼ିଥିବା ଏବଂ କୌଣସି ଶିକ୍ଷୟତ୍ରୀଙ୍କୁ ସେ ଦାୟିତ୍ୱ ଦେଇ ନଥିବାରୁ ଅଭିଭାବକମାନେ ହୋହାଲ୍ଲା କରିବା ସହ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ପୋଲିସ କହିବା ପ୍ରକାରେ ଅଭିଭାବକମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଘରକୁ ଯାଇଥିଲେ ହେଁ ତାଙ୍କ ଘରେ ତାଲା ଝୁଲୁଥିବା ଦେଖି ନିରାଶରେ ଫେରିଥିଲେ । ପରେ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି କେ.ନୀଳ ମାଧବ ଆଚାରୀ ଘଟଣା ସ୍ଥଳରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ତ ଅସୁବିଧା ସମ୍ପର୍କରେ ଅବଗତ କରିଥିଲେ। ଜିଲ୍ଲାପାଳ ଡିଇଓଙ୍କୁ ତୁରନ୍ତ ଘଟଣାର ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ ଏବଂ ଶିକ୍ଷୟତ୍ରୀ ସୁମିତ୍ରା ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରି ପୋଲିସରେ ଅଭିଯୋଗ କରି ତୁରନ୍ତ ତାଲା ଭାଙ୍ଗି ପିଲାଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ କହିଥିଲେ l ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ବିନା ତାଲା ଭାଙ୍ଗି ହେବନି ବୋଲି ପୋଲିସ କହିବା ପରେ ଆଜି ସାର୍ଟିଫିକେଟ ନେବା ପାଇଁ ଆସିଥିବା ଅଭିଭାବକ ଓ ଛାତ୍ରୀମାନେ ନିରାଶରେ ଘରକୁ ଫେରିଥିଲେ l ପ୍ରକାଶ ଥାଉ କି, ବୈଜୟନ୍ତୀ ମାଳାଙ୍କ ବିରୁଦ୍ଧରେ ଗ୍ରାମବାସୀ ଆଣିଥିବା ଦୁର୍ନୀତି ଅଭିଯୋଗ କ୍ରମେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆଦେଶାଙ୍କ ୯୪୫୬ ତା୨୧-୦୫-୨୦୨୬ରିଖ ପ୍ରକାରେ ତାଙ୍କୁ

 

 

ନିଲମ୍ବନ ଆଦେଶ ପ୍ରଦାନ କରାଯିବା ସହ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୈନିକ ହାଜିରା ଦେବା ପାଇଁ ନିର୍ଦ୍ଦେଶ ମିଳିଥିଲା । ତେବେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ନା ଆସ୍କା ବିଇଓ ଅଫିସ ଯାଉଥିଲେ ନା ସ୍କୁଲ ଆସୁଥିଲେ ବରଂ ସେ ତାଙ୍କର ନିଲମ୍ବନ ଆଦେଶ ବିରୁଦ୍ଧରେ ହାଇକୋର୍ଟ ଯାଇଥିଲେ ହେଁ କୋର୍ଟ ତାଙ୍କ ଅପିଲ ଖାରଜ କରିଦେଇଥିବା ଜଣାପଡିଛି l